ମୋବାଇଲରେ କ’ଣ ଦେଖନ୍ତି ପୁରୁଷ ଓ ମହିଳା

ମୋବାଇଲରେ କ’ଣ ଦେଖନ୍ତି ପୁରୁଷ ଓ ମହିଳା

ଭୁବନେଶ୍ୱର:

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ନେଇ କନଭରସେସନ ମିଡ଼ିଆ ପ୍ଲାଟଫର୍ମ ବବଲ ଏଆଇ ଏକ ନୂତନ ଗବେଷଣା କରିଛି | ଯେଉଁଥିରେ ମୋବାଇଲ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ରୁଚି ବିଷୟରେ କୁହାଯାଇଛି | ଏହି ଗବେଷଣାରେ, ପ୍ରାୟ ୮.୫ କୋଟି ପୁରୁଷ ଏବଂ ମହିଳାଙ୍କ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ବ୍ୟବହାର କରିବାର ଶୈଳୀ ବିଷୟରେ ତଥ୍ୟ ପ୍ରକାଶ ପାଇଛି | ଏହି ରିପୋର୍ଟ ଅନୁଯାୟୀ, ଅଧିକାଂଶ ଭାରତୀୟ ପୁରୁଷ ସ୍ମାର୍ଟଫୋନରେ ଗେମିଂ ଆପ୍ଲିକେସନର ବ୍ୟବହାର କରିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଖାଦ୍ୟ ଏବଂ ମେସେଜିଂ ଆପ୍ଲିକେସନକୁ ପସନ୍ଦ କରନ୍ତି | ବବଲ ଏଆଇର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟମାନେ ସ୍ମାର୍ଟଫୋନରେ ୫୦% ଅଧିକ ସମୟ ବିତାଇଛନ୍ତି |

ଏଥି ସହିତ ସ୍ମାର୍ଟଫୋନ ବ୍ୟବହାରରେ ମହିଳାଙ୍କ ସକ୍ରିୟତା କ୍ରମାଗତ ବୃଦ୍ଧି ସତ୍ତ୍ୱେ ଭାରତରେ କେବଳ ୧୧.୩ ପ୍ରତିଶତ ମହିଳା ପେମେଣ୍ଟ ଆପ ବ୍ୟବହାର କରୁଛନ୍ତି | ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ପୁରୁଷମାନେ ପସନ୍ଦ କରୁଥିବା ଗେମିଂ ଆପ୍ଲିକେସନ ପ୍ରତି ମହିଳାମାନଙ୍କର ସର୍ବନିମ୍ନ ଆଗ୍ରହ ଦେଖିବାକୁ ମିଳିଛି | କେବଳ ୬.୧ ପ୍ରତିଶତ ମହିଳା ଗେମିଂ ଆପ୍ଲିକେସନର ବ୍ୟବହାର କରୁଥିବା କଥା ଏଥିରେ କୁହାଯାଇଛି | ଯଦିଓ ମହିଳାମାନେ ଗେମିଂ ଆପ୍ଲିକେସନ ପସନ୍ଦ କରନ୍ତି ନାହିଁ, କିନ୍ତୁ ସାମାଜିକ ଏବଂ ବାର୍ତ୍ତାଳାପଭିତ୍ତିକ ଆପ୍ଲିକେସନ ବ୍ୟବହାର କରିବାରେ ସେମାନଙ୍କର ସକ୍ରିୟତା ପୁରୁଷଙ୍କ ତୁଳନାରେ ଅଧିକ ରହିଛି | ସେହିଭଳି ୨୧.୭ ପ୍ରତିଶତ ପୁରୁଷ ଭିଡିଓ ଆପ୍ଲିକେସନ ବ୍ୟବହାର କରୁଥିବା ବେଳେ ୨୩.୫ ପ୍ରତିଶତ ମହିଳା ଫୁଡ ଆପ୍ଲିକେସନ ବ୍ୟବହାର କରନ୍ତି |

author

Related Articles

Leave a Reply

Your email address will not be published. Required fields are marked *