ମୋହନଙ୍କୁ ଘାଇଲା କରିବାକୁ ପୁଣି ସାମ୍ନାକୁ ଆସିଲେ ଲେଖା ନାନୀ

ମୋହନଙ୍କୁ ଘାଇଲା କରିବାକୁ ପୁଣି ସାମ୍ନାକୁ ଆସିଲେ ଲେଖା ନାନୀ

ରାଜଧାନୀର କୋଣ ଅନୁକୋଣରେ କମ୍ପୁଛି ଭରତପୁର ଥାନା ଘଟଣା । ହଁ ଦର୍ଶକବନ୍ଧୁ ଜଣେ ମହିଳାଙ୍କୁ ଥାନା ଭିତରେ ଅକଥନୀୟ ଅତ୍ୟାଚାରକୁ କଡା ଭାଷ।ରେ ନିନ୍ଦା କରୁଛନ୍ତି ସାଧାରଣ ଜନତାଙ୍କ ଠାରୁ ଯେ ରାଜନୈତିକ ଦଳ । ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ବିଜେପି ସରକାରରେ ଜଣେ ଦେଶର ରକ୍ଷା କାରି ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ଏପରି ଦୁର୍ବବ୍ୟବହାରକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜଧାନୀର ଛାତି ଉପରେ ଏଭଳି ଦୃଶ୍ୟ କଲିକତା ଅଭୟା କେସ ସହିତ ସମାନ ହୋଇପଡିଛି । ପ୍ରେସମିଟ ଉପରେ ପ୍ରେସମିଟ କରି ସରକାରଙ୍କ ଉପରେ ବର୍ଷୁଛନ୍ତି ବିଜେଡି ନେତା ଓ କଂଗ୍ରେସ ନେତା । ସିଧା ସିଧା ବିଜେପିର ବିଜୟ ଉତ୍ସବ ଉପରେ କରିଛନ୍ତି ଟାର୍ଗେଟ । 100 ଦିନ ପୂର୍ତ୍ତି ହେବା ଖୁସିରେ ବଡ ବଡ ଭାଷଣ ମାରୁଥିବା ଭାରତୀୟ ଜନତା ପାର୍ଟି ସରକାର ନିଜର ବିଜୟ ଉତ୍ସବ ପାଳନ କରିବାରେ ମସଗୁଲ କିନ୍ତୁ ସମସ୍ୟାରେ ଭର୍ତ୍ତି ରାଜ୍ୟବାସୀଙ୍କର ସମାଧାନ କରିବାରେ ବିଫଳ ମୋହନ ସରକାର ।
କେବଳ ରାଜଧାନୀ ନୁହେଁ ବରଂ ସମଗ୍ର ବାଲେଶ୍ୱର ଜିଲ୍ଲା ଏବେ ଜଳମଗ୍ନ । ବନ୍ୟା ଅଞ୍ଚଳରେ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବା ସହିତ ବନ୍ୟା ସ୍ଥିତି ପରଖିଛନ୍ତି ବିଜେଡିର ପାୱାରଫୁଲ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପିର ବିଧାୟକ ମାନଙ୍କଠାରୁ ଯେ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କଡା ସମାଲୋଚନା କରିଛନ୍ତି । ତେବେ 100 ଦିନର ସରକାର ଆଗକୁ ଯିବା ବଦଳରେ ବିରୋଧିଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣରେ ଘାଇଲା ହେବାରେ ଲାଗିଛି ।

author

Related Articles

Leave a Reply

Your email address will not be published. Required fields are marked *