ମୋହନଙ୍କୁ ଘାରିଲାଣି ମୋଦିଙ୍କ ଟେନସନ !

ମୋହନଙ୍କୁ ଘାରିଲାଣି ମୋଦିଙ୍କ ଟେନସନ !

ବିଜେପି ନେତାଙ୍କୁ ଘାରିଲାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟେନସନ୍ । ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ବି ଫାଙ୍କା ଚେୟାର ପଡିବା ଭୟରେ କଣ କରିବ ବିଜେପି । ହଁ ଆଜ୍ଞା, ଓଡିଶା ରାଜନୀତିରେ ପ୍ରଥମ କରି ସରକାର ଗଢିଥିବା ବିଜେପିର ଅଧିକାଂଶ କାର୍ଯ୍ୟକ୍ରମରେ ଖାଲି ଚେୟାର ପଡିବା, ଲୋକେ ସଭା ମଝିରୁ ଉଠି ପଳାଉଥିବା ଭିଡିଓ ଟ୍ରେଣ୍ଡରେ ରହିଛି । ଏପରିକି ଏକ ବର୍ଷ ସରକାର ଚଳାଇବା ପରେ ବି ସ୍ଥିତି ସୁଧୁରୁନି । ଖାସ କରି ଖୋଦ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଖାଲି ଚେୟାର ପଡିବା ଦୃଶ୍ୟ ଏବେ ବି ସାମ୍ନାକୁ ଆସୁଛି । ଆଉ ଏଥିପାଇଁ ବିଜେପିକୁ ସମାଲୋଚନା ବି ହେବାକୁ ପଡୁଛି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ଥିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ମୋଦିଙ୍କ ସଭାରେ ବି ଖାଲି ଚେୟାର ପଡିବା ବିଜେପି ଆଶଙ୍କା କରୁଥିବା ଚର୍ଚ୍ଚା ହେଉଛି ।

କିନ୍ତୁ ଅନ୍ୟପଟେ ଦେଖିଲେ ବିରୋଧୀଙ୍କ ସଭାରେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । କଂଗ୍ରେସ ରାଲି ହେଉ କିମ୍ବା ବିଜେଡିର ବିକ୍ଷୋଭ ବା ଜନ ସମାବେଶ । ସବୁଠି ଲୋକଙ୍କ ପ୍ରବଳ ସମାଗମ୍ ଦେଖିବାକୁ ମିଳୁଛି । ଖାସ କରି ବିଜେଡି ସଭାରେ ଅସଂଖ୍ୟ ଭିଡ ପରିଲକ୍ଷିତ ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଲମ୍ବା ଲାଇନ ଲାଗୁଥିବା ବେଳେ ଅନ୍ୟ ବିଜେଡି ନେତାଙ୍କ ଡାକରାରେ ଲୋକେ ଭିଡ ଜମାଉଛନ୍ତି । କିନ୍ତୁ ବିଜେପି ସଭା ଖାଁ ଖାଁ ନଜର ଆସୁଛି । ଖୋଦ ଲୋକଙ୍କ ସରକାର ଲୋକଙ୍କ ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ କିନ୍ତୁ ଚିତ୍ର ଓଲଟା ପରିଲକ୍ଷିତ ହେଉଛି । ଯାହାକୁ ନେଇ ବିଜେପିକୁ ହିଁ ରାଜନୈତିକ ସମୀକ୍ଷକମାନେ ଦାୟୀ କରିବା ସହ ବିଜେଡି ଠାରୁ କିଛି ଶିଖିବା ନେଇ ପରାମର୍ଶ ମିଳୁଛି ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ସଭାରେ ବି ରାଜ୍ୟ ବାହାରେ ଖାଲି ଚେୟାର ପଡୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଚାଲିଥିବା ବେଳେ ଶହ ଶହ ଚେୟାର ଖାଲି ପଡିଥିବା ସହ ଲୋକେ ସଭା ମଝିରେ ଶୋଇ ପଡିଥିବା ନଜର ଆସିଥିଲା ।
ତେବେ ଦେଖାଯାଉ, ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଚିତ୍ର କଣ ରହୁଛି ଏବଂ ଲୋକଙ୍କ ସମାଗମ ରହୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *