ମୋହନଙ୍କୁ ନବୀନଙ୍କ ସଫ୍ଟ ଟାର୍ଗେଟ !

ମୋହନଙ୍କୁ ନବୀନଙ୍କ ସଫ୍ଟ ଟାର୍ଗେଟ !

ଶାସକ ଦଳକୁ ବିଜେଡି ନେତାଙ୍କ ସଫ୍ଟ ଟାର୍ଗେଟ । ନକହି ନକହି ବିଜେପିକୁ ଦୋଷ ଦେଲା ବିରୋଧୀ ବିଜେଡି । ହଁ ଆଜ୍ଞା, ରଥଯାତ୍ରା ଅବସରରେ ବଡ ଠାକୁର ଆଡପ ମଣ୍ଡପରୁ ଚାରମାଳ ଉପରକୁ ପଡିଯାଇଥିଲେ । ଯାହାକୁ ନେଇ ଏବେ ବି ଅନେକ ବିଚଳିତ ଅଛନ୍ତି । ମହାପ୍ରଭୁ କିଛି ଅନର୍ଥ ଘଟିବାକୁ ଇସାରା ଦେଉଥିବା ଅନେକ ମତପ୍ରକାଶ କରୁଥିବା ବେଳେ ଅନେକ ବ୍ରାହ୍ମଣ ମାନଙ୍କୁ ଏବଂ ପ୍ରଶାସନକୁ ଏଥିପାଇଁ ଦାୟୀ କରୁଛନ୍ତି । କିନ୍ତୁ ବିଜେପି ନେତା ତଥା କ୍ୟାବିନେଟ ମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ନେତାମାନେ ତାଙ୍କୁ ସଫ୍ଟ ଟାର୍ଗେଟ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏହି ଘଟଣା ଉପେର ଦୁଃଖ ପ୍ରକାଶ କରିବା ସହିତ ଇସାରାରେ ବିଜେପିକୁ ଦୋଷ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପୁରୀରେ ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡିଶାବାସୀଙ୍କ ଦଃୁଖରେ ମୁଁ ମର୍ମାହତ । ଏହି ଘଟଣାରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛିା ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ । ତେବେ କେବଳ ନବୀନ ନୁହଁନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ବିଜେପି ନେତା ଦେଇଥିବା ବୟାନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ବିଜେଡିର ଅନେକ ମୁଖପାତ୍ରଙ୍କ ବଦଳରେ ଖୋଦ ମେୟର ସୁଲୋଚନା ଦାସ ଗଣମାଧ୍ୟମ ସାମ୍ନାକୁ ଆସି ସେମାନଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।ତେବେ ଶାସକ ଦଳ ବିରୁଦ୍ଧରେ ବିଜେଡି ପ୍ରସଙ୍ଗ ଭିତ୍ତିକ ଟାଗେଟ କରୁଥିବା ବେଳେ ବିଜେପି କିନ୍ତୁ ଏକଦମ୍ ଚୁପ୍ । ଦେଖାଯାଉ ଆଗକୁ ପରିସ୍ଥିତି କଣ ହେଉଛି ଏବଂ ବିରୋଧୀ ଶାସକଙ୍କର ଏ ଛକାପଞ୍ଝା ଲଢେଇ କେଉଁ ମୋଡ ନେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *