ମୋହନଙ୍କୁ ପ୍ରଶ୍ନ କଲେ ହବିଶିଆଳି ମାଆଙ୍କ ଆଖିରୁ ଲୁହ ପୋଛିଲେ ମନ୍ମଥ !

ମୋହନଙ୍କୁ ପ୍ରଶ୍ନ କଲେ ହବିଶିଆଳି ମାଆଙ୍କ ଆଖିରୁ ଲୁହ ପୋଛିଲେ ମନ୍ମଥ !

ଶୀତ କାକରରେ ଥରୁଛନ୍ତି ହବିଶିଆଳି ମାଆ !
ପଚାରିଲେନି ମୋହନ ଧାଇଁଗଲେ ମନ୍ମଥ !
ପ୍ରଶାସନ ଓ ସରକାରଙ୍କୁ ପ୍ରଶ୍ନ କଲେ ମନ୍ମଥ !
ହବିଶିଆଳିଙ୍କ ଶହ ଆଲୋଚନା କଲେ ଦୁଃଖ ବୁଝିଲେ !

ହଁ ଦର୍ଶକବନ୍ଧୁ ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭରୁ ରାଜରାସ୍ତାରେ କାନ୍ଦିଲେ ହବିଶିଆଳି । ମୋହନ ସରକାରଙ୍କ ଏପରି ଅବ୍ୟବସ୍ଥାକୁ ନେଇ ପୁରୀ ଧାମରେ ଯେଉଁ ଅସନ୍ତୋଷ ସୃଷ୍ଟି ହେଲା ତାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ପ୍ରତିବର୍ଷ ହବିଶିଆଳି ମାଆ ମାନଙ୍କ ପାଇଁ ସରକାର କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ କରିଥାନ୍ତି କିଭଳି ଗୋଟେ ମାସ ଶ୍ରୀକ୍ଷେତ୍ର ଧାମରେ ମାଆମାନେ ଭଲରେ ନିଜର କାର୍ତ୍ତିକ ବ୍ରତ ସମାପନ କରିପାରିବେ । ପରନ୍ତୁ ଚଳିତ ଥର ସରକାର ପରିବର୍ତ୍ତନ ହେବା ପରେ ଲୋକମାନେ କିଛି ଅଧିକ ପାଇବାର ଆଶା ରଖିଥିବା ବେଳେ ସେ ସବୁକୁ ଭାଙ୍ଗି ଦେଇଛନ୍ତି ମୋହନ ସରକାର । କାହିଁକିନା ପୁରୀ ଧାମରେ ମାତ୍ର 2500 ହବିଶିଆଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପରେ ବାକି ହବିଶିଆଳି ମାଆ ମାନେ ସେଠାରେ ଉପସ୍ଥିତ ରହିବା ଏବଂ ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନ କରାଯିବା ନେଇ ନାନା ଅସନ୍ତୋଷ ଦେଖାଯାଇଥିଲା । ଯାହାଦ୍ୱାରା ଜନସାଧାରଣ ଓ ବିରୋଧିଙ୍କ ହଟ୍ଟଗୋଳ ପରେ ମୋହନ ସରକାର ଏ ଦିଗରେ ଦୃଷ୍ଟି ଦେଇଥିଲେ । କିନ୍ତୁ । ମାଆ ମାନଙ୍କ ଆଖିରେ ଲୁହ ଦେଖି ସହିପାରିଲେନି ବିଜେଡି ନେତା ମନ୍ମଥ ରାଉତରାୟ । ହବିଶିାଳି ମାଆ ମାନଙ୍କ ଦୁଃଖ ବୁଝିବା ପାଇଁ ପୁରୀ ଧାଇଁ ଯାଇଥିଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସେଠାରେ ମାଆ ମାନଙ୍କ ସହ ଆଲୋଚନା କରିବା ସହିତ ତାଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ । ପୂର୍ବ ସରକାର ତିନି ହଜାରରୁ ଉର୍ଦ୍ଦ ମାଆ ମାନଙ୍କ ପାଇଁ ବ୍ୟବସ୍ଥା କରିତିବା ବେଳେ ଚଳିତ ଥର ମାତ୍ର 2500 ମାଆ ମାନଙ୍କ ପାଇଁ କାହିଁକି ସୁବିଧା କରାଗଲା ସେ ନେଇ ମୋହନ ସରକାରଙ୍କୁ ଉତ୍ତର ମାଗିଛନ୍ତି ମନ୍ମଥ ଏବଂ ସରକାରକୁ ସିଧା ସିଧା ପ୍ରଶ୍ନ କରିଛନ୍ତି କିଏ ଏପରି ନିଷ୍ପତ୍ତି ନେଉଛି । ଏତେ ସବୁ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀ ମାନଙ୍କ ନିଦ ଭାଙ୍ଗିବା ଅଭିଯୋଗ ଆଣିଛନ୍ତି ମନ୍ମଥ ରାଉତରାୟ । ମାଆ ମାନଙ୍କୁ ଖାଇବା ପିଇବାର ଉତ୍ତମ ବ୍ୟବସ୍ଥା ଦିଆଯାଇନଥିବା ମଧ୍ୟ କହିଛନ୍ତି ମନ୍ମଥ ।

author

Related Articles

Leave a Reply

Your email address will not be published. Required fields are marked *