- ହରଡଘଣାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ !
- ପ୍ରଦୀପଙ୍କ ଲେଖାଛିଡାଇବାକୁ ନବୀନଙ୍କ ରଣନୀତି !
- କିପରି ପ୍ରଦୀପଙ୍କୁ ରକ୍ଷା କରିବେ ମୋହନ ?
ହଁ ଦର୍ଶକବନ୍ଧୁ, ଓଡିଶା ରାଜନୀତିର ପାୱାରଫୁଲ ନେତା ତଥା ବ୍ରହ୍ମପୁରର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ପୂର୍ବର ନବୀନ ସରକାରଙ୍କ ଦ୍ୱାରା 5ଟି କେସ ଦିଆଯାଇଥିଲା । ତା ମଧ୍ୟରୁ ଚାରୋଟି କେସରେ ପ୍ରଦୀପଙ୍କ ନାଁରେ ଚାର୍ଜଫ୍ରେମ ଲାଗୁ କରିଛନ୍ତି କୋର୍ଟ । ଗତକାଲି ଏ ନେଇ କୋର୍ଟରେ ନିଷ୍ପତ୍ତି ହୋଇଥିବା ବେଳେ ଗଣମାଧ୍ୟମକୁ ଏ ସମ୍ୱନ୍ଧୀୟ ପ୍ରତିକ୍ରିୟା ଦେଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।
ଏକଦା ନବୀନଙ୍କ ପାଖ ନେତା ହୋଇ ରହିଥିବା ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ଇସ ବାର ମୋଦି ସରକାର ଆହ୍ୱାନ ଦେଲେ ପ୍ରଥମ ଥର ପାଇଁ ସାଂସଦ ହେଲେ । ପୂର୍ବର ବିଜେଡି ସରକାର ଟିକେଟରୁ ଗୋପାଳପୁର ବିଧାୟକ ହୋଇଆସୁଥିଲେ ପାଣିଗ୍ରାହୀ ବାବୁ । କିନ୍ତୁ ଚଳିତ ଥର ସେ ଗେରୁଆ ରଙ୍ଗକୁ ଅଧିକ ଭଲ ପାଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ । ନିଜେ ତ ସାମିଲ ହେଲେ ସାଥିରେ ଗଣ୍ଡା ଗଣ୍ଡା ବିଜେଡି କର୍ମୀଙ୍କୁ ମଧ୍ୟ ନେଇଗଲେ । ତା ସାଙ୍ଗକୁ ବିଜୁ ଜନତା ଦଳର ଗୁମର ଖୋଲିଲେ ।
ସମ୍ପୂର୍ଣ୍ଣ ଗଞ୍ଜାମ ଗଡରେ ବିଜେପିକୁ ବିଜୟ ମୁକୁଟ ପିନ୍ଧାଇବାରେ ପ୍ରଦୀପ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଜେଡିର ଗଡ ହୋଇ ରହିଥିବା ଗଞ୍ଜାମରେ ନବୀନଙ୍କ ଲେଖା ଛିଡାଇ ଦେଇଥିଲେ ପ୍ରଦୀପ ପାଣିଗ୍ରାହୀ । କିନ୍ତୁ ସାଂସଦ ହେବା ପରେ ଏବେ ନିଜେ ହିଁ ଅଡୁଆରେ ପଡିଯାଇଛନ୍ତି ସାଂସଦ । ତେବେ ଗତକାଲି ପ୍ରଦୀପଙ୍କ ନାଁରେ ଚାର୍ଜଫ୍ରେମ ଲାଗୁଥିବା ବେଳେ ତାଙ୍କ ନାଁରେ ପୂର୍ବତନ ନବୀନ ସରକାର ଦେଇଥିବା କେସରୁ ପ୍ରଦୀପଙ୍କୁ କିପରି ମୁକୁଳାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାହା ଦେଖିବାକୁ ଅପେକ୍ଷା ।