ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ମୋଦିଙ୍କ ସହିତ ବୁଲିବେ ମୋହନ । ଆଉ କିଛି ଦିନ ପରେ ଝାଡଖଣ୍ଡରେ ବିଧାନସଭା ନିବାଚନ ଅନୁଷ୍ଠିତ ହେବ । ଆଉ ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛିା ୮୧ ଆସନ ବିଶିଷ୍ଟ ଝାଡଖଣ୍ଡରେ ଦୁଇଟି ପଯ୍ୟାୟରେ ତଥା ନଭେମ୍ବର ୧୩ ଓ ୨୦ରେ ଭୋଟ ଗ୍ରହଣ ହେବ । ଏବଂ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ । ଆଉ ଏଥିପାଇଁ ବିଜେପି ଏକଦମ୍ ରେଡୀ । ଏପରିକି ନିବାଚନ ପୂବରୁ ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକର ତାଲିକା ମଧ୍ୟ ପ୍ରକାଶ କରିଛି । ଯେଉଁ ଲିଷ୍ଟରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମୋଦି ସାମିଲ କରିଛନ୍ତି । ତେବେ ଏହି ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ , ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ , କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ , ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ସ୍ଥାନ ପାଇଛନ୍ତିା ସେହିଭଳି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ , ପୂବତନ ଉପବାଚସ୍ପତି ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଏହି ଷ୍ଟାର ପ୍ରଚାରକମାନେ ବିଜେପି ଓ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ତେବେ ଏହା ପୂବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତରେ ଯାଇ ସେଠାରେ ନିବାଚନୀ ପ୍ରଚାର କରିଥିଲେ । ଏପରିକି ମହାରାଷ୍ଟ୍ରରେ ମଧ୍ୟ ନିଜ ଦଳ ପାଇଁ ପ୍ରଚାର କରିବା ଉଦ୍ଦେଶ୍ୟରେ ରୋଡ ସୋ କରିଥିବା କୁହାଯାଉଥିଲା । ଆଉ ଏବେ ଝାଡଖଣ୍ଡରେ ମଧ୍ୟ ମୋହନ ନିଜ ଜଲୱା ଦେଖାଇବେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଜଣେ ଆଦିବାସୀ ନେତା ହୋଇଥିବାରୁ ଦଳରେ ତାଙ୍କୁ ଏତେଟା ଗୁରୁତ୍ୱ ନଥିବା ଆଲୋଚନା ହେଉଥିଲା । ଏପରିକି ଏହାର ଅନେକ ଉଦାହରଣ ମଧ୍ୟ ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛିା କିନ୍ତୁ ଯାହାଙ୍କ ପାଇଁ ସେ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେ ତାଙ୍କୁ ଭୁଲିନଥିବା ଏବଂ ହତାଦାର କରିନଥିବା ସ୍ପଷ୍ଟ ହୋଇଛି ।
You can share this post!
author