ମୋହନଙ୍କ ପରମର୍ଶଦାତା ହେବେ ବିଜୟ ପଟ୍ଟନାୟକ !

ମୋହନଙ୍କ ପରମର୍ଶଦାତା ହେବେ ବିଜୟ ପଟ୍ଟନାୟକ !

କଂଗ୍ରେସକୁ ସବୁଦିନ ପାଇଁ ବାଏ ବାଏ କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଦଳରେ ନିଜର ଗୁରୁତ୍ୱନଥିବା କାରଣ ଦର୍ଶାଇ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଗୋଟିଏ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଡଭାଇଜର ହେବେ ବିଜୟ ପଟ୍ଟନାୟକ । ଏଭଳି କିଛି ଖବର ଏବେ ରାଜ୍ୟ ରାଜନୀତିରେ ଚହଳ ପକାଇଛି । ପୂର୍ବରୁ ଓଡିଶାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜୟ ପଟ୍ଟନାୟକ । ଏବଂ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ବେଶ ଅଭିଜ୍ଞତା ରହିଛି ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେବେ ବୋଲି କୁହାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ତାଙ୍କର ବେଶ ଭଲ ସମ୍ପର୍କ ରହିଥିଲା । କଂଗ୍ରେସରେ ତାଙ୍କୁ ସେତେଟା ସଫଳତା ମିଳିନଥିଲା ଯେଉଁଥିପାଇଁ ଏବେ ସେ ବିଜେପିରେ ସାମିଲ ହୋଇ ନିଜର ରାଜନୈତିକ କ୍ୟାରିୟରକୁ ଆଗକୁ ବଢାଇବେ । ଏଭଳି କିଛି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଜୋର ଚାଲିଛି । କାହିଁକିନା 24 ମହାଲଢେଇରେ ଯେଉଁ ପରିବର୍ତ୍ତନ ହେଲା ଏବଂ ଭାରତୀୟ ଜନତା ପାର୍ଟି ସରକାର ଗଢିଲା ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରାଇଦେଇଛି । ଚର୍ଚ୍ଚା ବିଜେପି ସରକାର ହେବା ପରେ ବିଜେଡି ଓ କଂଗ୍ରେସର ନେତା ବିଜେପିକୁ ଡିଆଁ ମାରୁଛନ୍ତି । ସେଇଥିପାଇଁ ତ ବିଜୟ ପଟ୍ଟନାୟକଙ୍କ ଗତିକୁ ନେଇ ସବୁଆଡେ ଚର୍ଚ୍ଚା । ନିଜ ଇସ୍ତଫା ପରେ ବିଜୟ ପଟ୍ଟନାୟକ ରାଜନୀତିରେ ସକ୍ରିୟ କି କୌଣସି ଦଳକୁ ଯିବେ ନାହିଁ ବୋଲି ସିଧା ସିଧା କହିଥିଲେ ସୁଦ୍ଧା ଆଗାମୀ ଦିନରେ ତାଙ୍କୁ ନେଇ ରାଜନୀତିରେ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *