ମୋହନଙ୍କ ପାଇଁ ହତାଶ ପରୀକ୍ଷାର୍ଥୀ

ମୋହନଙ୍କ ପାଇଁ ହତାଶ ପରୀକ୍ଷାର୍ଥୀ
  • ବିଜେପି ସରକାରରେ ହତାଶ ଛାତ୍ରଛାତ୍ରୀ
  • ରାଜରାସ୍ତାରେ ଶହ ଶହ ଏସଆଇ ପରୀକ୍ଷାର୍ଥୀ
  • ମୁକ ପାଲଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
  • ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ ପ୍ରଥମରୁ କାହିଁକି ହେଲାନାହିଁ ସିବିଆଇ ତଦନ୍ତ

 

ହଁ ଆଜ୍ଞା ଓଡିଶାରେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଚାକିରୀ ଖଣ୍ଡେ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ପରୀକ୍ଷାର୍ଥୀ । ଗତ 18 ମାସ ଭିତରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ଗୁଡିକ ବାରମ୍ୱାର ବାତିଲ ହେବା ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି । ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ସିବିଆଇ ତଦନ୍ତ ଜାରି ରହିଛି କିନ୍ତୁ ଏପର୍ଯ୍ୟନ୍ତ ସ୍ୱଚ୍ଛତାର ସହ ପରୀକ୍ଷା ହୋଇପାରିଲା ନାହିଁ । ଯାହାକୁ ବିରୋଧ କରିବା ସହିତ ସରକାର କେବେ ଏସଆଇ ପରୀକ୍ଷା କରିବା ସେ ନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନତରତ ପରୀକ୍ଷାର୍ଥୀ । ଭୁବନେଶ୍ୱର ଲୋୟର ପିଏମଜିରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଓଡ଼ିଶା ପୋଲିସ ଆଶାୟୀ ଛାତ୍ରଛାତ୍ରୀମାନେ ପ୍ରତିବାଦ କରୁଛନ୍ତି। ତେବେ ଶହ ଶହ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେବେ ହେବ ପୋଲିସ୍ ଏସଆଇ ପରୀକ୍ଷା ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ? ସ୍ବଚ୍ଛତାର ସହ ପରୀକ୍ଷା କରି ମେଧାବୀଙ୍କୁ ଚାକିରି ଦେବା ଦାବିରେ ଗାନ୍ଧୀମାର୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।ସରକାର ଏ ଦିଗରେ କଠୋର ନିଷ୍ପତ୍ତି ନେବା ସହିତ ତଦନ୍ତ କରି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ବିଧାନ କରିବା ସହିତ ସ୍ୱଚ୍ଛତାର ସହିତ ପରୀକ୍ଷା କରନ୍ତୁ ବୋଲି ଦାବି କରିଛନ୍ତି ପରୀକ୍ଷାର୍ଥୀ ।

author

Related Articles

Leave a Reply

Your email address will not be published. Required fields are marked *