ମୋହନଙ୍କ ବଡ ନିଷ୍ପତ୍ତି…30ଟଙ୍କାରେ ମିଳିବ ଆଳୁ

ମୋହନଙ୍କ ବଡ ନିଷ୍ପତ୍ତି…30ଟଙ୍କାରେ ମିଳିବ ଆଳୁ

ରାଜ୍ୟରେ ପୁଣି ମୁଣ୍ଡ ଟେକିଛି ଆଳୁ ସଙ୍କଟ । ଧନୀ ଓ ଗରିବ ସମସ୍ତଙ୍କର ଏବେ ଗୋଟିଏ ଚିନ୍ତା ସେ ହେଉଛି ଆଳୁର ଦରବୃଦ୍ଧି । ରାଜ୍ୟରେ ମାସେ ହୋଇଯିବ ଆଳୁର ଦରଦାମ କମିବାର ନାଁ ଧରୁନି । କେଜି ପିଛା କେଉଁଠି 60ତ ଅନ୍ୟ କେଉଁଠି 70 ଟଙ୍କା । ସାଧାରଣ ଲୋକଙ୍କଠାରୁ ଯାଏ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଆଳୁ । ଆଳୁ ପାଇଁ ଆମ ରାଜ୍ୟ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ କିନ୍ତୁ ଏବେ ସେଠାରୁ ଆଳୁ ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଓଡିଶାରେ ବିଜେପି ସରକାର ହେବା ପରେ ଓଡିଶା ଉପରେ ମମତା ଦିଦି ଖପ୍ପା ହୋଇ ଆଳୁ ଛାଡୁନଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଓଡିଶା ସରକାରଙ୍କ ମନମାନି ପାଇଁ ଏପରି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସେପଟେ ୟୁପି ଆଳୁକୁ ଓଡିଶା ଲୋକ ପସନ୍ଦ କରନଥିବା ବେଳେ ଗତକାଲି ରାଜ୍ୟକୁ ପଶ୍ଚିମବଙ୍ଗରୁ ପାଞ୍ଚୋଟି ଆଳୁଟ୍ରକ ଓଡିଶାକୁ ଆସିଛି । ତେବେ ଆଳୁକୁ ନେଇ ବର୍ତ୍ତମାନର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଏଣିକି କିଲୋ ପିଛା 30ଟଙ୍କାରେ ମିଳିବ ଆଳୁ । ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବେ ଏବଂ ଖାଉଟିଙ୍କୁ କେଜି ପିଛା 30ଟଙ୍କାରେ ଆଳୁ ଦିଆଯିବ । ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରୁ ନାଫେଡ ମାଧ୍ୟମରେ ଓଡିଶାକୁ ଆଳୁ ଆସିବ ଏବଂ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଦିଆଯିବ । ଯାହା ରାଜ୍ୟରେ ଆଳୁ ସମସ୍ୟାକୁ କମାଇବାରେ ସହାୟକ ହେବ । ଆଳୁକୁନେଇ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିବାଦ ଦେଖାଯାଉଥିଲେ ସୁଦ୍ଧା ଏହାର ସମାଧାନ କରିବାରେ ବିଫଳ ହେଉଛନ୍ତି ମୋହନ ସରକାର । ତେବେ ସରକାରଙ୍କ ଏହି ନୂଆ ନିଷ୍ପତ୍ତି ରାଜ୍ୟରେ ଆଳୁ ସଙ୍କଟକୁ କମାଇବାରେ କେତେ ସହାୟକ ହେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *