ମୋହନଙ୍କ ବିନା ଅନୁମତିରେ କିଏ ନେଉଛି ନିଷ୍ପତ୍ତି ?

ମୋହନଙ୍କ ବିନା ଅନୁମତିରେ କିଏ ନେଉଛି ନିଷ୍ପତ୍ତି ?

ମୋହନ ସରକାରକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମୋହନଙ୍କ ବିନା ଅନୁମତିରେ କିଏ ନେଉଛି ନିଷ୍ପତ୍ତି । ହଁ ଆଜ୍ଞା ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କଲାଣି । କାହିଁକି ନା ଯେଉଁଭଳି ଭାବରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ବଦଳେଇବା ପାଇଁ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ଏବଂ ପରେ ଏହାକୁ ଖୋଦ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଥିଲେ ତାକୁ ନେଇ ଏବେ ନାନା ଆଲୋଚନା ଚାଲିଛି । ଏବଂ ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ତାଳନେଳ ନଥିବା କୁହାଯାଉଛି । ବିଭାଗୀୟ ମନ୍ତ୍ରୀମାନେ ଗୋଟିଏ କଥା କହୁଥିବା ବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଆଉ ଗୋଟିଏ କଥା କହୁଛନ୍ତିା ଯାହାର ଉଦାହରଣ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ବଦଳାଇବା ଘଟଣାରୁ ସ୍ପଷ୍ଟ ହୋଇପଡିଛି । କିଏ ଏବଂ କାହିଁକି ଏଭଳି ନିଷ୍ପତ୍ତି ନେଇଛି ତାକୁ ନେଇ ଏବେ ବିଜେପି ଶିବିରରେ ମାନସ ମନ୍ଥନ ଚାଲିଛି । ଏହା ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଦଳ ପକ୍ଷରୁ ଜାଣିବା ବଦଳରେ ଗଣମାଧ୍ୟମରୁ ଜାଣିବା ଘଟଣାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି । କିପରି ଦଳର ହାଇକମାଣ୍ଡଙ୍କ ଅନୁମତି ବିନା ଏଭଳି ନିଷ୍ପତ୍ତି ନିଆଗଲା ଏବଂ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ମଧ୍ୟ ଜାରି କରାଗଲା ତାହା ମଧ୍ୟ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ସରକାରରେ ଓଡିଶାର ବରପୁତ୍ରମାନଙ୍କୁ ଉଚିତ୍ ସମ୍ମାନ ଦିଆଯାଉଥିବା ଏବଂ ଓଡିଆ ଅସ୍ମିତା କୁ ଗୁରୁତ୍ୱ ଦିଆଯାଉଥିବା କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ଡିଣ୍ଡିମ ପିଟୁଥିବା ବେଳେ ଏବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ ହଟେଇବାକୁ ଯେଉଁ ଉଦ୍ୟମ କରାଯାଇଥିଲା ତାକୁ ନେଇ ଏବେ ବିଜେପି ଅଡୁଆରେ ପଡୁଛି । ପୂବରୁ ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଓଡିଆ ଅସ୍ମିତା ଚର୍ଚ୍ଚା ନଥମୁଣୁ ପୁଣି ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଆଉ ଏଥିରେ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜଙ୍କୁ ସମସ୍ତେ ଦାୟୀ କରୁଥିବା କୁହାଯାଉଛି । କ୍ରୀଡାର ସମସ୍ତ ଦାୟିତ୍ୱ ସୂଯ୍ୟବଂଶୀଙ୍କ ଉପରେ ନ୍ୟସ୍ତ ଥିବାରୁ ଏଥିପାଇଁ ସେ ଦାୟୀ ବୋଲି କୁହାଯାଉଛି । ଏପରିକି ବିଜେଡି ମଧ୍ୟ କ୍ରୀଡା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି । ତେବେ ଦେଖାଯାଉ ଏପ୍ରସଙ୍ଗରେ ଆଗକୁ କେଉଁ ନିଷ୍ପତ୍ତି ନିଆଯାଉଛି ଏବଂ ବିଜେପି ଓଡିଆ ଅସ୍ମିତାକୁ ବଜାୟ ରଖିବାରେ କେତେ ସଫଳ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *