କେବେ ହେବ ମୋହନ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ .ବିଧାନସଭା ଅଧିବେଶନ ପରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାଯିବା ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତମାନ ସରକାରକୁ ୫ମାସ ପୁରିଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡର ସମ୍ପ୍ରସାରଣ ହୋଇନି . ସେପଟେ ୬ମନ୍ତ୍ରୀ ପଦ ଖାଲି ଥିବା ବେଳେ ଆଶାୟୀଙ୍କ ସଂଖ୍ୟା ଅନେକ ରହିଥିବା ଦେଖିବାକୁ ମିଳିଛି .ତେବେ ଜୁନ ୧୨ ତାରିଖରେ ଶପଥ ନେଇଥିଲେ ମୋହନଙ୍କ ନୂଆ ଟିମ . ମୁଖ୍ୟମନ୍ତ୍ରୀଙ୍କୁ ବସାଇ ମୋଟ ୧୬ଜଣ ଟିମରେ ସାମିଲ ହୋଇଥିଲେ . ସେଥିରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରୀୟ ମନ୍ତ୍ରୀ ରହିଛନ୍ତି .ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବାଦ ୨୧ ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରିବେ . ଏବେ ବଳକା ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି .
ସେହିପରି ଏଥର ବିଜେପିରେ ବହୁ ଯୁବ ଚେହେରା ସାମିଲ ହୋଇଛନ୍ତି . ଯେମିତିକି ଭଟଲି ବିଧାୟକ ଇରାସିସି ଆଚାର୍ଯ୍ୟ , ଅତାବିରା ବିଧାୟକ ନିହାର ନନ୍ଧ , ବିଧାୟକ ଟଙ୍କଧର ତ୍ରୀପାଠି ନାଁ ଆଗରେ ରହିଛି . ଏମିତିକି ବିଜେଡିରୁ ଅସି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ନିରଶା ହେବାକୁ ପଡ଼ିଛି . ସେହିପରି ବିଜେଡିରୁ ବିଜେପିରେ ମିଶିଥିବା ବିଧାୟକ ମାନଙ୍କୁ ନେଇ ଆଲୋଚନା ହେଉଛି ପ୍ରଶାନ୍ତ ଜଗଦେବ ,ସିଦ୍ଧାନ୍ତ ମହାପାତ୍ର , ଆକାଶ ଦାସ ନାୟକ ଙ୍କୁ ମଧ୍ୟ କୌଣସି ସେମିତି ବଡ଼ ପଦପଦବୀ ମିଳିନାହିଁ .ତେବେ ଦେଖିବାକୁ ବାକି ରହିଲା କେବେ ମୋହନଙ୍କ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବ .