ମୋହନଙ୍କ ରାସ୍ତାରେ କଣ୍ଟା ସାଜିଲେ ସୋଫିଆ !

ମୋହନଙ୍କ ରାସ୍ତାରେ କଣ୍ଟା ସାଜିଲେ ସୋଫିଆ !

ରାଜ୍ୟରେ ସରକାର ଗଢିବା ପରେ କିଛି କିଛି ନୂଆ ପଦକ୍ଷେପ ନେଇଛି ଭାରତୀୟ ଜନତା ପାର୍ଟୀ । ଯେଉଁଥିରୁ ଗୋଟିଏ ହେଉଛି ଜନ ଅଭିଯୋଗ ଶୁଣାଣି । ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଗ୍ରିଭାନ୍ସ ଠାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଛିା ଏବଂ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଲୋକଙ୍କୁ ବିଜେପି ସହିତ ଜଡିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ରାସ୍ତା ଆପଣେଇଛନ୍ତି । ଯାହାକୁ ସାଧାରଣ ଲୋକଙ୍କ ସହ ରାଜନୈତିକ ସମୀକ୍ଷକମାନେ ବେଶ୍ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ମୋହନଙ୍କ ଏହି ରାସ୍ତାରେ କଣ୍ଟା ସାଜିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିଦ୍ଦୋଶ । ମୁଖ୍ୟମନ୍ତ୍ରୀଙ୍କ ପରି ସେ ମଧ୍ୟ ନିଜ ଅଞ୍ଚଳରେ ଅଭିଯୋଗ ଶୁଣାଣି କରିଛନ୍ତି । ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସେସବୁର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଯାହାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି । କାରଣ ସୋଫିଆଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ଜଣେ ଯୁବ ନେତ୍ରୀ ଭାବରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଦୁବଳ ହୋଇଥିଲେ ମଧ୍ୟ କଟକ-ବାରବାଟୀରେ କଂଗ୍ରେସ ଆଗରେ ରହିଛି । ଆଉ ଏଠାରୁ ନିର୍ବାଚନରେ ଜିତିବା ପରେ ସୋଫିଆଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି । ଏହା ସହ ବିରୋଧୀ ଭାବେ ଯେଉଁଭଳି ଭାବରେ ସେ ଅନ୍ୟ ଦଳକୁ ଆଟାକ କରୁଛନ୍ତି ତାହା ମଧ୍ୟ ସାଧାରଣରେ ବେଶ୍ ପ୍ରଶଂସନୀୟ । ଆଉ ଏବେ ସେ ଅଭିଯୋଗ ଶୁଣାଣି କାଯ୍ୟକ୍ରମ କରି ଆହୁରି ପ୍ରଶଂସା ସାଉଁଟିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଅନେକ ଲୋକ ବାଦ୍‌ପଡୁଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଉଥିବା ବେଳେ ପରବର୍ତୀ ସମୟରେ ତାହା ପୂରଣ କରୁନଥିବା ଓଲଟା ଅଭିଯୋଗ କରୁଛନ୍ତି । ଆଉ ଏପରି ସ୍ଥିତିରେ ସୋଫିଆ ଏଭଳି ପଦକ୍ଷେପ ନେବା ଏବଂ ଅଭିଯୋଗ ଶୁଣାଣି କରିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଭାରି ପଡିପାରେ ବୋଲି ଆଲୋଚନା ଚାଲିଛି । ଏହା ସହ ଯଦି ସୋଫିଆଙ୍କ ଭଳି ଅନ୍ୟ ବିଧାୟକ ମାନେ ନିଜ ନିଜ ଅଞ୍ଚଳରେ ଅଭିଯୋଗ ଶୁଣାଣି କରି ଲୋକମାନଙ୍କ ସମସ୍ୟା ବୁଝିବେ ତେବେ ବିଜେପି ପ୍ରତି ଲୋକଙ୍କ ଆଉ ସେଭଳି ଆଭିମୁଖ୍ୟ ରହିବନି ବୋଲି ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ସୋଫିଆଙ୍କ ଜନ ଶୁଣାଣିର ପ୍ରଭାବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ କଣ ପଡୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *