ବିଜେପି ହାତରୁ ଖସୁଛି କି ଯାଜପୁର ଜିଲ୍ଲା ? ଯାଜପୁର ଜିଲ୍ଲାରେ ଫିକା ପଡିପାରେ ଲାଗିଛି କି ବିଜେପି ବିଧାୟକଙ୍କ କ୍ରେଜ ? ବବି ଡାନିଙ୍କ ଆଗେ ହାର ମାନିଲେ କି ଶାସକ ଦଳର ବିଧାୟକ ? ହଁ ଦର୍ଶକବନ୍ଧୁ ବିଗତ କିଛି ଦିନ ହେବ ଯାଜପୁର ଜିଲ୍ଲାରେ ପ୍ରଣବ ପ୍ରକାଶ ଦାସଙ୍କ କ୍ରେଜ ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । କାହିଁକିନା ଯାଜପୁରରେ ବିଜେଡିରେ ଗୋଟିଏ ପରେ ଗୋଟିଏ ସମାବେଶ ବିଜେପିକୁ ଶକ୍ତ ଝଟକା ଦେବାରେ ଲାଗିଛି । କେତେବେଳେ ପ୍ରଣବ ପ୍ରକାଶ ଦାସ ନିଜର ସମର୍ଥକଙ୍କୁ ନେଇ ବିଶାଳ ସମାବେଶ କରୁଛନ୍ତି ତ ଅନ୍ୟକେତେବେଳେ ପ୍ରୀତିରଞ୍ଜନ ଘଡେଇ ନିଜର ସମର୍ଥକଙ୍କୁ ଯାଜପୁର ଜିଲ୍ଲାରେ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଉଛନ୍ତି ଆଉ କେତେବେଳେ ଏକାଠି ହୋଇ ଯାଜପୁରରେ ବଡ ସାମବେଶ କରୁଛନ୍ତି ବିଜେଡିର ପୂର୍ବତନ ବିଧାୟକ ଗଣ । ହେଲେ ବିଜେପି ବିଧାୟକଙ୍କ ଦେଖା ମିଳୁନାହିଁ ।
କୋରେଇ ବିଧାୟକ ଆକାଶ ଦାସ ନାୟକ,ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ କ୍ରେଜ ଧୀରେ ଧୀରେ କମିବାରେ ଲାଗିଛି । ଯେଉଁ ଯାଜପୁର ମାଟି ଏକଦା ବିଜୁ ଜନତା ଦଳର ଅଭେଦ୍ୟ ଗଡ ହୋଇ ରହିଥିଲା ସେହି ମାଟି 2024 ନିର୍ବାଚନ ପରଠାରୁ ବିଜେପି ଅକ୍ତିଆରରେ ରହିଛି କିନ୍ତୁ ସବୁ ପରେ ବି ବିଜେପି ଗଡରେ ରାଜ କରୁଛି ବିଜୁ ଜନତା ଦଳ । ନିଇତି ବିଜେଡିର ସମାବେଶ ଓ ଲୋକଙ୍କ ଭିଡ ପ୍ରମାଣିତ କରୁଛି ଏବେ ବି କେତେ ମାତ୍ରରେ ବିଜେଡି ନେତାଙ୍କ କ୍ରେଜ ଯାଜପୁରରେ ରହିଛି ।
ବିଜେଡିର ପାୱାର ଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଯାଜପୁର ବିଜେଡି ସଙ୍ଗଠିତ ହେବାରେ ଲାଗିଛି କିନ୍ତୁ ଏପଟେ ରାଜ୍ୟ ସରକାର ବିକାଶ ମେଳାର ଉଦଘାଟନ କରି ଏକ ବର୍ଷର ଉପଲବ୍ଧିକୁ ସାଧାରଣ ଜନତାଙ୍କ ପାଖରେ ରଖୁଛନ୍ତି । ସବୁ ପରେ ବି ଗୋଟିଏ ଚର୍ଚ୍ଚା ଯାଜପୁରରେ କମୁଛି ବିଜେପି ପାୱାର । ତେବେ ଯାଜପୁର ମାଟିରେ ସତରେ କଣ ବିଜେପିର ଦବଦବା କମିବାରେ ଲାଗିଛି ତାହା ସାଧାରଣ ଜନତା ହିଁ ପ୍ରମାଣ କରିବେ ।