ଗଜପତି ଜିଲ୍ଲା ମୋହନା ଠାରେ ବ୍ଲକ ସ୍ତରୀୟ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦପାତ୍ରାରେ ବିଜେଡିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକ, ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୋହନା ଓ ଅଡ଼ବା ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ କର୍ମୀ ଏହି ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ। ବିଜେପି ସରକାରର ଅପାରଗତା, ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଠକି ଥିବାଭଳି ବିଭିନ୍ନ ଯୋଜନାକୁ ସଫଳ କରିବାରେ ବିଫଳ ହେବାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଆଗାମୀ ଦିନରେ ପୁଣି ନବୀନ ସରକାର ନିଶ୍ଚୟ ଓଡ଼ିଶାରେ ଶାସନ କରିବ ବୋଲି ବରିଷ୍ଠ ନେତା ମାନେ ମତ ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ ମୋହନ ସରକାର ନିର୍ବାଚନ ସମୟରେ ଓଡ଼ିଶାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଗୁଡ଼ିକୁ ପାଳନ କରିବା ନିମନ୍ତେ ଦାବି କରିବା ସହ ଆଜିର ଦିନରେ ଲୋକଙ୍କୁ ସଚେତନ କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ।
You can share this post!
author