ମୋହନାରେ ହେବ ତ୍ରିମୁଖୀ ଲଢେଇ

ମୋହନାରେ ହେବ ତ୍ରିମୁଖୀ ଲଢେଇ

24 ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନିର୍ବାଚନ ମଣ୍ଡଳୀ ଗୁଡିକରେ ଦେଖାଗଲାଣି ରାଜନୈତିକ ଉଷ୍ମତା । ରାଜ୍ୟ ରାଜ୍ୟନୀତିର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଗଜପତିର ମୋହନା ନିର୍ବାଚନ ମଣ୍ଡଳୀ । ଗଠିତ ହେବା ଦିନୁ 3ଟି ସାଧାରଣ ନିର୍ବାଚନର ସାମ୍ନା କରିଛି ମୋହନା ।  ଗୋଟିଏ ଥର ମାତ୍ର ବିଜେଡି ଏବଂ ଦୁଇଥର କଂଗ୍ରେସ ଏହି ଆସନକୁ ଅକ୍ତିଆର କରିଛି । ବିଜେପି ଏଠାରେ ଖାତା ଖୋଲିପାରି ନାହିଁ । ବର୍ତ୍ତମାନ ମୋହନାର ବିଧାୟକ ଅଛନ୍ତି କଂଗ୍ରେସର ଦାଶରଥୀ ଗମାଙ୍ଗ । ମୋହନାର ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି । ତେବେ ବିଜେଡିରୁ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ଆଶାୟୀ ଅଛନ୍ତି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ପୂର୍ଣ୍ଣବାସୀ ନାୟକ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ମୋହନାରେ ହେବାକୁ ଥିବା ତ୍ରିମୁଖୀ ଲଢେଇରେ କାହାର ବିଜୟ ହେବ ?

author

Related Articles

Leave a Reply

Your email address will not be published. Required fields are marked *