ସୋସିଆଲ ମିଡିଆରେ କିଛି ଏମିତି ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୋଷ୍ଟ କଲେ ନିଜ ଦଳୀୟ ମନ୍ତ୍ରୀ ଓ ବିଧାୟକଙ୍କୁ ଏପରି କହିଲେ ମୋହନ । ହଁ ଦର୍ଶକବନ୍ଧୁ ମୋହନ ସରକାରରେ ପ୍ରଥମ ବାତ୍ୟା ଥିଲା ଦାନା । ଯାହାକୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି ମୋହନ ସରକାର । ଏବଂ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଆମ ରାଜ୍ୟ ଉପରୁ ବାତ୍ୟାର ବିପତ୍ତି ହଟିଲା ଏବଂ ସରକାରଙ୍କ ‘ଜିରୋ କାଜୁଆଲଟି’ ନୀତି ସଫଳ ମଧ୍ୟ ହେଲା। ସୁଚିନ୍ତିତ ଯୋଜନା, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସରେ ବାତ୍ୟାର ସଫଳ ମୁକାବିଲା ସମ୍ଭବ ହେଲା। ଏଥିପାଇଁ ମୁଁ ସମସ୍ତଙ୍କ ପ୍ରୟାସକୁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି। ମୋହନଙ୍କ ଏପରି ପୋଷ୍ଟ ପରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି । ଏହାକୁ ପ୍ରତିବାଦ କରିଛି ବିରୋଧି ବିଜୁ ଜନତା ଦଳ । ସାମ୍ୱାଦିକ ସମ୍ମିଳନୀ କରି ମୋହନ ସରକାରଙ୍କ ଉପରେ ବର୍ଷିବା ସହିତ ଶ୍ୱେତପତ୍ର ଦାବି କରିଛି ବିରୋଧି ବିଜେଡି । ଯାହାର କଡା ଜବାବ ମଧ୍ୟ ରଖିଛି ଭାରତୀୟ ଜନତା ପାର୍ଟି । ବାତ୍ୟା ଦାନା ଓଡିଶାରେ ତାଣ୍ଡବ ରଚି ଯିବା ପରେ ଦାନାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ସାଧାରଣ ଜନତା ପୂର୍ବର ନବୀନ ସରକାରଙ୍କୁ ବାତ୍ୟା ସମୟରେ ଅଧିକ ମନେପକାଇବା ଏବଂ ନବୀନଙ୍କ ଯେଉଁଭଳି ପ୍ରଂଶସା ଦେଖିବାକୁ ମିଳୁଥିଲା ଯାହା ବିଜେପି ସରକାରର ସଫଳତାକୁ ପଛରେ ପକାଇଥିଲା । ଗୋଟିଏ ପଟେ ନବୀନ ଭିଡିଓ ପୋଷ୍ଟ କରି ଓଡିଶାବାସୀଙ୍କୁ ସଚେତନତା ବାର୍ତ୍ତା ଦେଉଥିଲେ ତ ଆଉ ଗୋଟିଏ ପଟେ ରାତି ଅନିଦ୍ରା ହୋଇ ବାତ୍ୟା ସମୀକ୍ଷା ପାଇଁ ବୈଠକ ଉପରେ ବୈଠକ କରୁଥିଲେ ମୋହନ ସରକାର । ବାତ୍ୟା ଶେଷ ହେବା ପରେ ମଧ୍ୟ ଦୁଇ ଦଳଙ୍କ ମଧ୍ୟରେ ଏବେ ବି ଶ୍ରେୟ ନେବା ପାଇଁ ଟଣାଓଟରା ଚାଲିଛି । ତେବେ ମୋହନଙ୍କ ଏହି ପୋଷ୍ଟକୁ ବିଜେଡିର କଡା ଜବାବ ପରେ ଆଗକୁ ରାଜ୍ୟ ରାଜନୀତିରେ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
