ମାଡିଆସୁଛି ବାତ୍ୟା । ପାଣିପାଗ ବିଭାଗ ସୂଚନା ଅନୁସାରେ, ଏବେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇସାରିଛି । ବାତ୍ୟା ମୁକାବିଲା ପାଇଁ ମୋହନ କରୁଛନ୍ତି ମିଟିଙ୍ଗ ନବୀନ ଦେଉଛନ୍ତି ଦମ୍ଭ । ହଁ ଦର୍ଶକବନ୍ଧୁ କ୍ଷମତାରେ ନଥାଇ ମଧ୍ୟ ଜନତାଙ୍କ ସାଥିରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । 9 ମନ୍ତ୍ରୀଙ୍କୁ 9ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ବାତ୍ୟା ସମୀକ୍ଷା ପାଇଁ ଲୋକସେବା ଭବନରେ ଘନ ଘନ ବୈଠକ ବସୁଛି । କିନ୍ତୁ ଯେତେବେଳେ ବାତ୍ୟାର କଥା ଆସେ ଫାଇଲିନ ହୁଡୁହୁଡୁ ତିତିଲି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି ଓଡିଶା । 24 ବର୍ଷ ଧରି ଓଡିଶାକୁ ଶୀର୍ଷରେ ପହଞ୍ଚାଇଥିବା ନବୀନ ପ୍ରତ୍ୟୋକଟି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାବାସୀଙ୍କ ପାଇଁ ଏକ ଦମ୍ଭ ସାଜିଥିଲେ । କ୍ଷମତାରେ ଥିବା ସମୟରେ ରାଜ୍ୟ ବାସୀଙ୍କ ସହିତ ରହୁଥିଲେ କ୍ଷମତାରୁ ହଟିବା ପରେ ବି ରାଜ୍ୟ ବାସୀଙ୍କ ସେବା ପାଇଁ ପୁଣି ବାହାରିଛନ୍ତି ନବୀନ । ବାତ୍ୟାର ମହାମୁକାବିଲା କରିବାରେ ନବୀନ ନିଜର ଏକ ସ୍ୱତନ୍ତ୍ର ଛାପ ଓଡିଶାରେ ଛାଡି ଯାଇଛନ୍ତି । ବାତ୍ୟା ଦାନା ଧିରେ ଧରେ ଭୟଙ୍କର ରୂପ ନେବାରେ ଲାଗିଛି । ସମୁଦ୍ରରେ ବଳ ଗୋଟାଉଛି ଅଧିକ ଘନୀଭୂତ ହେବାରେ ଲାଗିଛି । ଏହା ପାରାଦୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ଥିବାବେଳେ, ଭଦ୍ରକ ଧାମରାଠାରୁ ୨୯୦ କିଲୋମିଟର ଦୂରରେ ଅଛି ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କିଲୋମିଟର ଦୂରରେ ଅଛି । ଏହି ବାତ୍ୟା ଉତ୍ତର ଓଡିଶାରେ ଅଧିକ ପ୍ରଭାବ ପକାଇବ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ ମାନେ ଓଡିଶା ବାସୀଙ୍କ ସୁରକ୍ଷା ପାଇଁ ସଜାଗ ହୋଇଛନ୍ତି । ଅନ୍ୟପଟେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାତ୍ୟା ସମୟରେ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ନିଜେ ପ୍ରସ୍ତୁତ ହେବା ସହ ନିଜର ଦଳୀୟ କର୍ମୀ ଓ ବିଧାୟକ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
You can share this post!
author