ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ । ଓଡିଶାରେ ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ, କିଏ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଏବେ ଏହି ସସପେନ୍ସ ଉପରୁ ପରଦା ହଟିଛି । କେନ୍ଦୁଝର ବିଧାୟକ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ମୋହନ ମାଝୀ କେନ୍ଦୁଝର ସଦରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ୫୩ବର୍ଷୀୟ ଶ୍ରୀ ମାଝୀ କେନ୍ଦୁଝର ଆସନରୁ ୨୦୦୦ ମସିହାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର‌୍ୟ୍ୟନ୍ତ ବିଧାୟକ ରହିଛନ୍ତି । ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର‌୍ୟ୍ୟ ତୁଲାଇ ସାରିଛନ୍ତି । ସେ ମେଂଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର‌୍ୟ୍ୟ କରିଥିଲେ ।ଅନ୍ୟପଟେ ବିଜେପି ପ୍ରଥମଥର ପାଇଁ ଜଣେ ଆଦିବାସୀ ଚେହେରାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରାଇଛି । ତେବେ ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ ଯ୍ୟାୟରେ ପହଁଞ୍ଚିଥିବା ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *