ମୋହନ ସରକାରଙ୍କୁ ଘେରିବେ ତାରା-ନବୀନ!

ମୋହନ ସରକାରଙ୍କୁ ଘେରିବେ ତାରା-ନବୀନ!

ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ ବିଧାନସଭା ଅଧିବେଶନ । ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମ ବିଧାନସଭା ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଆଉ ଏଥିପାଇଁ ପ୍ରଥମ ଥର ବିରୋଧୀ ଆସନରେ ବସିଥିବା ବିଜେଡି ଏକଦମ୍ ରେଡି ଅଛି । ବିଧାନସଭାରେ କେଉଁ ସବୁ ପ୍ରସଙ୍ଗକୁ ଦଳ ଗୁରୁତ୍ୱଦେବ ଏବଂ କିପରି ଶାସକ ଦଳ ପାଟିରେ ତାଲା ପକାଇବା ସେନେଇ ରଣନୀତି ପ୍ରସ୍ତୁତ ସରିଛି । କିନ୍ତୁ ଆଉ ଗୋଟିଏ ବିରୋଧୀ ଦଳ କଂଗ୍ରେସ ଏଯାଏଁ କିଏ ବିଧାନସଭାରେ ବିରୋଧୀ ଦଳର ମଙ୍ଗ ଧରିବ ସେନେଇ କିଛି ବି ନିଷ୍ପତ୍ତି ନେଇନି । ଜୁଲାଇ ୨୨ ତାରିଖରେ ରାଜ୍ୟ ବିଧାନସଭାରେ ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ କଂଗ୍ରେସ ଯେଉଁଭଳି ଭାବରେ ଚିରନିଦ୍ରାରେ ଶୋଇଛି ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ । କାହିଁକି ନା ଗତ କିଛି ଦିନ ଧରି କଂଗ୍ରେସ ଶିବିରରେ କିଛି ବି ଠିକ୍ ଚାଲୁନଥିବା କୁହାଯାଉଥିଲା । କେଉଁଠି ପିସିସି ସଭାପତିଙ୍କୁ ନେଇ ଉତ୍ତେଜନା ସୃଷ୍ଟି ହେଉଥିଲା ତ ଆଉ କେଉଁଠି ଖୋଦ କଂଗ୍ରେସ କର୍ମୀଙ୍କ ପାଇଁ ବିଶୃଙ୍ଖଳା ଦେଖାଦେଇଥିଲା । ଯେଉଁଥିପାଇଁ କଂଗ୍ରେସ ଶିବିରରେ କିଛି ବି ଠିକ୍ ଚାଲୁନଥିବା ଏବଂ ମୁରବୀଶୂନ୍ୟ ହୋଇପଡିଥିବା ଆଲୋଚନା ଚାଲିଥିଲା । ଆଉ ଏବେ ବିଧାନସଭାରେ ଦଳର ମଙ୍ଗ କିଏ ଧରିବେ କିଏ ବିଧାୟକ ଦଳର ନେତା ହେବେ ସେନେଇ କିଛି ବି ନିଷ୍ପତ୍ତି ହୋଇନି । ତେବେ ଚର୍ଚ୍ଚା ଅନୁସାରେ, ଜୟପୁର ବିଧାୟକ ତାରା ବାହିନୀ ପତି ବିରୋଧୀ ଦଳର ନେତା ହେବା ଲିଷ୍ଟରେ ଆଗରେ ରହିଥିବା କୁହାଯାଉଛି । ନବୀନ ଙ୍କ ପରି ତାରା ବାହିନୀ ପତି ବିଧାନସଭାରେ କଂଗ୍ରେସର ସ୍ୱର ହୋଇପାରନ୍ତି ବୋଲି ଆଶଙ୍କା ରହିଛି । କାରଣ ତାରା ଗତ ତିନୋଟି ନିର୍ବାଚନରେ ଜୟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ତେଣୁ ଏହି ପଦ ତାଙ୍କୁ ମିଳିବା ନେଇ କୁହାଯାଉଛି । ତେବେ ଦେଖାଯାଉ କେବେ କଂଗ୍ରେସ ବିରୋଧୀ ଦଳର ନେତାଙ୍କ ନାଁ ସାମ୍ନାକୁ ଆଣୁଛି ଏବଂ ତାରା ଙ୍କୁ ଏହି ପଦ ମିଳୁଛି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *