ମୋ ଝିଅକୁ ମାରିଦେଲେ..

ମୋ ଝିଅକୁ ମାରିଦେଲେ..

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୋଲା ପଡ଼ା ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରୁ ଶନିବାର ଜଣେ ମହିଳାଙ୍କ ଶବ ପୋଲିସ ଜବତ କରିଛି । ମୃତ ମହିଳା ଜଣକ ହେଲେ ଗୋଲା ପଡ଼ା ଗ୍ରାମର ନିଳାଞ୍ଚଳ ସାମଲଙ୍କ ପତ୍ନୀ ମିନତୀ ସାମଲ ବୋଲି ଜଣାପଡ଼ିଛି।ତାଙ୍କ ଶରୀରର ହାତ, ପାପୁଲି, ପାଦ,ପିଠି ଓ ଛାତି ଆଦି ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଛି Iପୋଲିସ ଶବ ଜବତ କରି ଭଞ୍ଜନଗର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ମିନତୀ ର ବାପଘର ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ୍ କୁମାର ନାୟକ, ଥାନା ଅଧିକାରୀ କୁମାର ମୁଦୁଲି ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଘଟଣାର ତଦନ୍ତ କରିଥିଲେ I ପୋଲିସ ଘଟଣାସ୍ଥଳରୁ କିଛି ଜିନିଷ ମଧ୍ୟ
ଜବତ କରିଥିବା ଜଣାପଡ଼ିଛି।ଶନିବାର ମିନତୀ ଧାନ ରୋଇବାକୁ ସରଧାପୁରକୁ ଯାଇଥିଲେ।ହେଲେ ସନ୍ଧ୍ୟା ହୋଇ ଯାଇଥିଲେ ମଧ୍ୟ ସେ ଘରକୁ ଫେରି ନଥିଲେ ।ଫଳରେ ଘରେ ଥିବା ତାଙ୍କ ସ୍ଵାମୀ ରାତିରେ ବହୁ ଖୋଜା ଖୋଜି କରି ମଧ୍ୟ ସ୍ତ୍ରୀକୁ ପାଇ ନଥିଲେ । ରାତି ପ୍ରାୟ ୧୦ ଟା ସମୟରେ କୁକୁଡ଼ା ଫାର୍ମ ର ଜଣେ କର୍ମଚାରୀ କୁକୁଡ଼ାକୁ ଦାନା ଦେବାକୁ ଯାଇଥିଲେ। ଏହି ସମୟରେ ଜଣେ ମହିଳା ମରି ପଡ଼ିଥିବା ଦେଖି ସେ ସାଙ୍ଗେ ସାଙ୍ଗେ ପୋଲିସକୁ ସୁଚନା ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ମହିଳା ଜଣକ କେମିତି ସେହି ଫାର୍ମ ଆଡକୁ ଯାଇଥିଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ପୋଲିସ ଉକ୍ତ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ କରୁଛି।

author

Related Articles

Leave a Reply

Your email address will not be published. Required fields are marked *