‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ଆରମ୍ଭ ହୋଇଯାଇଛି ବିଶାଳ ଶୋଭାଯାତ୍ରା । ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟିକୁ ଧରି ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସାଂସଦ, ବରିଷ୍ଠ ବିଜେପି ନେତା ଓ କର୍ମୀମାନେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ଏହାପରେ ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ । । ଏହି ସ୍ୱତନ୍ତ୍ର ଟ୍ରେନଟି ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ସୁବିଧା ପ୍ରଦାନ କରିଛି । ଆସନ୍ତାକାଲି ଅପରାହ୍ଣ ସାଢ଼େ ୨ଟାରେ ଏହା ନୂଆଦିଲ୍ଲୀରେ ପହଞ୍ଚିବ । ଶୁକ୍ରବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋ ମାଟି ମୋ ଦେଶ ଅଭିଯାନରେ ଓଡ଼ିଶାର ଅନେକ ଗାଁରୁ ସଂଗୃହୀତ ପବିତ୍ର ମାଟି କଳସକୁ ସ୍ୱାଗତ କରାଯାଇଥିଲା ।
You can share this post!
author