ଯୁବତୀଙ୍କୁ ମାରଣାନ୍ତକ ଆକ୍ରମଣ

ଯୁବତୀଙ୍କୁ ମାରଣାନ୍ତକ ଆକ୍ରମଣ

ବ୍ରହ୍ମପୁର

ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଠାରେ ଯୁବକ-ଯୁବତୀଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି ା ଏହି ଯୁବକ-ଯୁବତୀ ବାଇକରେ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି ା ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ଯୁବତୀ ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି ା ଆକ୍ରମଣ ପରେ ଜୀବନ ବଞ୍ଚାଇବାକୁ ଉଭୟେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ.

ଏହାପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ା ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ ା ଖବରପାଇ ବଡ ବଜାର ଥାନା ପୁଲିସ ଘଟଣାସ୍ଥଳ ଓ ବଡ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା ଗୁରୁତର ଯୁବକ ଜଣଙ୍କ ନାଁ ରାଜେଶ ରାଓ ବୋଲି ଜଣାପଡ଼ିଛି.

author

Related Articles

Leave a Reply

Your email address will not be published. Required fields are marked *