ଯୋଗେଶଙ୍କ ନାଁରେ କୁସୁମ ଟେଟେ ଆଣିଲେ ସଙ୍ଗୀନ ଅଭିଯୋଗ

 ଯୋଗେଶଙ୍କ ନାଁରେ କୁସୁମ ଟେଟେ ଆଣିଲେ ସଙ୍ଗୀନ ଅଭିଯୋଗ

କାହା ଉପରେ ହେଉଛି ଆଇଟି ଟିମର ରେଡ ? ଆଉ ଏଠି କେଉଁମାନେ ଭିଡାଭିଡି ହେଉଛନ୍ତି । ହଁ ଆଜ୍ଞା ଆଇଟି ରେଡରେ ଲାଗିଲାଣି ରାଜନୀତିର ଛିଟା । ମୁହାଁମୁହିଁ ହେଉଛନ୍ତି ବିଜେଡି ଓ ବିଜେପି ନେତା ।  ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ୨୦୦ କୋଟି ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ଏବେ ସମସ୍ତଙ୍କୁ ଜଳକା କରୁଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଆଣିଛନ୍ତି ସାଂଘାତିତ ଅଭିଯୋଗ । ସେ କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ଚାଲିଛି ତାର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା । ନିର୍ବାଚନ ବେଳେ ଏଠାରେ ବଢୁଥିବା ମଦ କାରବାରକୁ ବିରୋଧ କରି ସେ ଭୋଟ୍ ମାଗିଥିଲେ ବୋଲି କହିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି, ସେ ବିଧାୟକ ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ ହେଲେ ବ୍ୟବସାୟ ସହ କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *