ଯୋଜନା ନାଁରେ ଓଡିଶାବାସୀଙ୍କୁ ଲଲିପପ୍ ଧରାଇଲେ ମୋହନ !

ଯୋଜନା ନାଁରେ ଓଡିଶାବାସୀଙ୍କୁ ଲଲିପପ୍ ଧରାଇଲେ ମୋହନ !

ନୂଆ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଠକିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ! ପ୍ରଥମେ ଭତ୍ତା ପରେ ସୁଭଦ୍ରା ଯୋଜନା, ଆଉ ଏବେ ମାଗଣା ବିଜୁଳି…କଣ ଡବଲ ଇଞ୍ଜିନ ସରକାରରେ ବି ଠକି ହୋଇଯିବେ ରାଜ୍ୟବାସୀ ? ଯୋଜନା ନାଁରେ ଓଡିଶାବାସୀଙ୍କୁ ଲଲିପପ୍ ଧରାଇ ଦେବେ କି ମୋହନ ସରକାର ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଛି । କାହିଁକି ନା ନିର୍ବାଚନ ପୂର୍ବରୁ ଯେଉଁଭଳି ପ୍ରତିଶୃତି ବିଜେପି ରାଜ୍ୟବାସୀଙ୍କୁ ଏବଂ ଖାସ କରି ମହିଳା ମାନଙ୍କୁ ଦେଇଥିଲା ନିର୍ବାଚନ ପରେ ଏବେ ତାକୁ ଭୁଲି ଯାଇଥିବା ଜଣାପଡୁଛି । ପୂର୍ବ ସରକାର ଯେଉଁ ସବୁ ପ୍ରତିଶୃତି ଦେଉଥିଲା ଏବଂ ଯେଉଁ ସବୁ ଯୋଜନା ରାଜ୍ୟବାସୀଙ୍କ ପାଇଁ ଆଣୁଥିଲା ସେ ସବୁ ଯୋଜନାରେ ରାଜ୍ୟର ଅଧାରୁ ଅଧିକ ଲୋକେ ଉପକୃତ ହେଉଥିଲେ । କିନ୍ତୁ ନୂଆ ସରକାରରେ କେବଳ ଅଳ୍ପ ଲୋକଙ୍କୁ ହିଁ ଯୋଜନାର ଲାଭ ଉଠାଇବାକୁ ସୁଯୋଗ ମିଳୁଛି । କହିବାକୁ ଗଲେ ଯେଉଁ ମାନେ ବିଜେପିକୁ ଭୋଟ ଦେଇଛନ୍ତି କେବଳ ସେଇମାନଙ୍କ ପାଇଁ ହିଁ ବିଜେପି ଏଇ ଯୋଜନା କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏଇ ଯେମିତି ଭାତ୍ତା ଟଙ୍କା ପାଇଁ ନିର୍ବାଚନ ପୂର୍ବରୁ ବିଜେପି ବଡ ବଡ ପ୍ରତିଶୃତି ଦେଉଥିଲା । ସରକାରକୁ ଆସିଲେ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବେ ଏବଂ ସମସ୍ତ ବୃଦ୍ଧବୃଦ୍ଧା, ଶାରୀରିକ ଅକ୍ଷମ ଏବଂ ବିଧବା ମହିଳାଙ୍କୁ ଏହି ଭତ୍ତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ପରେ ସେଥିରେ ପରିବର୍ତ୍ତନ କରି ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମ ମାନଙ୍କୁ ହିଁ ଭତ୍ତା ମିଳିବ ବୋଲି ଘୋଷଣା କଲେ । ଯାହାକୁ ନେଇ ଭତ୍ତା ଭିତାଧିକାରୀଙ୍କ ସହ ରାଜନୈତିକ ସମୀକ୍ଷକମାନେ ଅସନ୍ତୋଷ ଝାଡୁଛନ୍ତି । ସେହି ପରି ଏବେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କେଉଁ ମାନଙ୍କୁ ଏହି ଯୋଜନା ମିଳିବ, କେବଳ ୨୦ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଗଲେ ବାକି ୮୦ ପ୍ରତିଶତ ମହିଳା କଣ କରିବେ, ସେମାନଙ୍କ ପାଇଁ ଅନ୍ୟ କିଛି ଯୋଜନା ଆସିବ ନା କେବଳ ଆଦିବାସୀ, ଏସସିଏସଟି ମାନଙ୍କ ପାଇଁ ସରକାର ଯୋଜନା ଆଣୁଛନ୍ତି ଏହିଭଳି ନାନା କନଫ୍ୟୁଜନ ସୃଷ୍ଟି ହୋଇଛି । ଏବଂ ସାଧାରଣରେ ମଧ୍ୟ ଏହାକୁ ନେଇ ବିଜେପି ପ୍ରତି ଲୋକଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । କେବଳ ଏତିକି ନୁହେଁ ରାଜ୍ୟର ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ ବୋଲି ବିଜେପି ବଡ ବଡ ଭାଷଣ ମାରୁଥିଲା । କିନ୍ତୁ ଏବେ ମାଗଣା ବିଜୁଳି ପାଇଁ ଲୋକଙ୍କୁ ଯେ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ଏବେ ସ୍ପଷ୍ଟ ହେଉଛି ମାଗଣା ବିଜୁଳି ପାଇଁ ଛାତ ଘର ହେବା ଆବଶ୍ୟକ ହୋଇଥିବା ବେଳେ ସୋଲାର ପ୍ୟାନେଲ ଲଗାଇବା ପାଇଁ ୧ ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଏହା ବଦଳରେ ସରକାରଙ୍କ ପକ୍ଷରୁ ମାତ୍ର ୪୦ ପ୍ରତିଶତ ସବସିଡି ହିଁ ମିଳିବ । ଯେଉଁଥିରୁ ସ୍ପଷ୍ଟ ହୋଇପଡୁଛି ଯେ ମାଗଣା ବିଜୁଳି ପାଇବା କ୍ଷେତ୍ରରେ ମଧ୍ୟ ବିଜେପି ପୁଣ ି ରାଜ୍ୟବାସୀଙ୍କୁ ଠକି ଦେଇଛି । ତେବେ ଦେଖାଯାଉ ଏ ଡବଲ ଇଞ୍ଜିନ ସରକାର, ଏବଂ ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଘୋଷଣା ରାଜ୍ୟରେ ବିଜେପିକୁ ଆଗାମୀ ଦିନରେ କେତେ ଲାଭ ଦେଉଛି ନା ଏଥିପାଇଁ ଦଳକୁ କ୍ଷତି ସହିବାକୁ ପଡୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *