ଯୋଡି ଶଙ୍ଖ ଦେଖାଇ ଭୋଟ ପାଇଁ ଅପିଲ କଲେ ନବୀନ

ଯୋଡି ଶଙ୍ଖ ଦେଖାଇ ଭୋଟ ପାଇଁ ଅପିଲ କଲେ ନବୀନ

ନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଭିନ୍ନଭିନ୍ନ ଅନ୍ଦାଜରେ ଭୋଟ ମାଗୁଛନ୍ତି ପ୍ରାର୍ଥୀା । ଆଉ ଏହାରି ମଧ୍ୟରେ ଯୋଡି ଶଙ୍ଖ ଦେଖାଇ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲିଠାରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭାଇରାଲ ହେଉଛି । ଯେଉଁଥିରେ ଦୁଇଟି ଶଙ୍ଖ ଦେଖାଇ ବିଜେଡିକୁ ଭୋଟ ଦେବାକୁ କହିଛନ୍ତି ନବୀନା ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ ଭୋଟ ଦେବାକୁ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ ଦୁଇଟି ଶଙ୍ଖ ଧରି ଶଙ୍ଖ ଚିହ୍ନକୁ ଭୋଟ ଦେବାକୁ ଅପିଲ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *