ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା । ନିଜ ରକ୍ତରେ ଏକ ଚିଠି ଲେଖି ମୋଦିଙ୍କୁ ଦେଇଛନ୍ତି ବିଜେପି ନେତା କୌସ୍ତୁଭ ବାଗଚୀ । ଶନିବାର ପଶ୍ଚିମବଙ୍ଗର ସିଲିଗୁଡିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ମୋଦିଙ୍କୁ ଦେଇଥିଲେ । ସେ ଏଥିରେ ମୋଦିଙ୍କୁ ପଶ୍ଚିମବଙ୍ଗକୁ ଚୋରଙ୍କ କବଳରୁ ରକ୍ଷା କର ବୋଲି ଲେଖିଥିଲେ । କୌସ୍ତୁଭ ବାଗଚୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ। କିନ୍ତୁ ଆଉ ଏଭଳି ନ କରିବା ପାଇଁ କହିଥିଲେ। ବାଗଚୀ ତାଙ୍କ ଢ ରେ ଲେଖିଛନ୍ତି, ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହିତ କଥା ହେବାକୁ ସୁଯୋଗ ପାଇଲି। ପଶ୍ଚିମବଙ୍ଗ ପାଇଁ ନିଜ ରକ୍ତରେ ଲେଖା ଏକ ଚିଠି ତାଙ୍କୁ ଦେଲି। ସେ ଏହାକୁ ଗ୍ରହଣ କଲେ। କିନ୍ତୁ ଗାଳି କଲେ, ଯେମିତି ମୋ ବାପା ମୋତେ ଗାଳି କରନ୍ତି। ସେହି ଗାଳିରେ ଥିଲା ସହାନୁଭୂତି। ଏହା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ।

author

Related Articles

Leave a Reply

Your email address will not be published. Required fields are marked *