ରକ୍ତ ହୀନତାକୁ କିପରି ଚିହ୍ନିବେ?

ରକ୍ତ ହୀନତାକୁ କିପରି ଚିହ୍ନିବେ?

ଆଜିକାଲିର ଖାଦ୍ୟପେୟ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି । ଅତ୍ୟଧିକ ଫାଷ୍ଟଫୁଡ ସେବନ ଏବଂ ସବୁଜ ପନିପରିବା ଠାରୁ ଦୂରେଇ ରହିବା କାରଣରୁ ଅନେକ ପ୍ରକାର ରୋଗ ହେଉଛି । ସେଥିମଧ୍ୟରୁ ଏନିମିଆ ବା ରକ୍ତହୀନତା ଅନ୍ୟତମ । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁସାରେ, ଭାରତରେ ୧୫ରୁ ୪୯ ବର୍ଷ ବୟସର ପ୍ରାୟ ୫୩.୧ ପ୍ରତିଶତ ମହିଳା ରକ୍ତ ହୀନତାର ଶିକାର ହେଉଛନ୍ତି । ଗର୍ଭବତୀ ମହିଳାମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶରୀରରେ ହିମୋଗ୍ଲୋବିନର ସ୍ତର ହ୍ରାସ ପାଇଲେ ଏହି ରୋଗ ହୋଇଥାଏ । ଯଦି ଠିକ୍ ସମୟରେ ଚିକିତ୍ସା ନକରାଯାଏ, ତେବେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେବେ ପ୍ରାରମ୍ଭରୁ ରକ୍ତ ହୀନତାକୁ କିପରି ଚିହ୍ନଟ କରିବେ, ଆସନ୍ତୁ ଜାଣିବା…


ଯଦି କୌଣସି କାର୍ଯ୍ୟ କରିବା ସମୟରେ ଅଧିକ ଥକ୍କା ଲାଗୁଛି, ନିୟମିତ ଭାବେ ଅସ୍ଥିର ଲାଗୁଛି କିମ୍ବା ମୁଣ୍ଡବ୍ୟଥା ଲାଗୁଛି , ତେବେ ଏହା ଶରୀରରେ ରକ୍ତ ଅଭାବର ସଙ୍କେତ ହୋଇପାରେ । ତେଣୁ ନିୟମିତ ଭାବେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆଖିତଳପତା ୱାଟରଲାଇନ ଯଦି ହଳଦୀ ଦେଖାଯାଉଛି ତେବେ ଏହା ଶରୀରରେ ରକ୍ତ ହୀନତାର ଏକ ଗୁରୁତ୍ୱପୂଣ୍ଣ ଲକ୍ଷଣ ହୋଇପାରେ । ସାଧାରଣତ ୱାଟରଲାଇନର ରଙ୍ଗ ହାଲୁକା ଗୋଲାପୀ ଦେଖାଯାଏ । କିନ୍ତୁ ହିମୋଗ୍ଲାବିନର ଅଭାବ ଥିଲେ ଭିତର ଆଖିପତା ଅଧିକ ଧଳା କିମ୍ବା ହଳଦିଆ ଦେଖାଯାଏ ।

ଏହା ସହ ସମୟ ସମୟରେ ହାତ ଏବଂ ପାଦ ଖୁବ୍ ଜୋରରେ ଥଣ୍ଡା ଲାଗିବା ରକ୍ତହୀନତାର ଆଉ ଏକ ଲକ୍ଷଣ । ରକ୍ତ ଅଭାବରୁ ଶରୀରକୁ ଅମ୍ଳଜାନ ଠିକ୍ ସେ ପହଁଞ୍ଚିପାରେନାହିଁ । ଏଭଳି ପରିସ୍ଥିତିରେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ ।

ଦୀର୍ଘ ସମୟ ଧରି ଭୋକ ନଲାଗିବା ମଧ୍ୟ ଶରୀରରେ ରକ୍ତ ହୀନତାର ଏକ ମୁଖ୍ୟ ଲକ୍ଷଣ ହୋଇପାରେ । ଯଦି ଉପରୋକ୍ତ ସମସ୍ୟା ମଧ୍ୟରୁ ଆପଣଙ୍କ ଶରୀରରେ କୌଣସି ଗୋଟିଏ ବି ସମସ୍ୟା ରହୁଛି ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *