ରତ୍ନଭଣ୍ଡାରର ଲେଜର ସ୍କାନିଂ ୨୮ରୁ ଆରମ୍ଭ

ରତ୍ନଭଣ୍ଡାରର ଲେଜର ସ୍କାନିଂ ୨୮ରୁ ଆରମ୍ଭ

ରତ୍ନଭଣ୍ଡାରର ଲେଜର ସ୍କାନିଂ ୨୮ରୁ ଆରମ୍ଭ | ଆସନ୍ତା ୨୮ ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ | ଆଲୋଚନା ପରେ ଏଏସଆଇକୁ ଦାୟିତ୍ୱ ଦିଆଯାଇଛି | ନିଦ୍ଧିଷ୍ଟ ସମୟ ଦେଖି ଏଏସଆଇ କାମ କରିବ | ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ | କାର୍ତିକ ପୁର୍ଣିମା ପର ଦିନ ଅର୍ଥାତ ନଭେମ୍ବର ୨୮ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ | ସ୍କାନିଂ ପରେ ଜଣା ପଡିବ କୋଉଠି ରହିଛି ଫାଟ | ରତ୍ନଭଣ୍ଡାର ବାହାର ପଟ ସ୍କାନିଂ ପରେ ଆବଶ୍ୟକ ପଡିଲେ ଭିତର ରତ୍ନ ଭଣ୍ଡାର ଓ ଅନ୍ୟାନ୍ୟ ପାଶ୍ୱ ଦେବଦେବୀ ମନ୍ଦିର ର ସ୍କାନିଂ ମଧ୍ୟ କରାଯିବ | ଲେଜର ସ୍କାନିଂ ପାଇଁ ଯାହା ସବୁ ଆବଶ୍ୟକ ସେ ସବୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାନ ସହଯୋଗ ଯୋଗାଇଦେବ | ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ |

author

Related Articles

Leave a Reply

Your email address will not be published. Required fields are marked *