ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ

ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ

ଖୁବଶୀଘ୍ର୍ର ଅପେକ୍ଷାର ଅନ୍ତ ଘଟିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ । ଆଉ ଏଥିପାଇଁ ୧୬ ଜଣିଆ କମିଟି ରାଜ୍ୟ ସରକାର ଗଠନ କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟି ଗଠନ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେନେଇ ନିଷ୍ପତ୍ତି ନେବ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରେ ଏହି ବୈଠକ ହେବ । ଆଉ ମରାମତି, ଗଣତି ଓ ମଣତି ନେଇ ନିଷ୍ପତି ନିଆଯିବ । କେଉଁ କେଉଁ ପ୍ରକ୍ରିୟାରେ ଏହା ହେବ ସେ ନେଇ ନିଷ୍ପତି ନେବ କମିଟି । ଆଉ ଏହାପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ଚିତ୍ର ଦେବେ । କମିଟରେ କେଉଁ କେଉଁମାନେ ସଦସ୍ୟ ରହିବେ ତାର ସ୍ତୁବିସ୍ତୁତ ତଥ୍ୟ କାଲି ସରକାର ଦେବେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରତ୍ନୠଣ୍ଡାର ଖୋଲାଯିବ । ମହାପ୍ରଭୁ ମନ୍ଦିରରେ ନଥିବା ସମୟରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ବହୁ ବିଚାରବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ଆଜି ଏଭଳି ନିଷ୍ପତି ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *