ଏଥର ଓଡିଶାରେ ସରକାର ପରିବର୍ତ୍ତନ କରିବା ପାଇଁ ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ଆକ୍ରମଣ କରୁଛନ୍ତି । ଆଉ ଏହି ପ୍ରସଙ୍ଗ ଭିତରେ ସବୁଠୁ ଉପରେ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ । ବିଜେପିର ଶୀର୍ଷ ନେତୃତ୍ୱମାନେ ଏହି ପ୍ରସଙ୍ଗକୁ ଆଧାର କରି ବାରମ୍ବାର ଏହାକୁ ମୁଦ୍ଦା କରିଛନ୍ତିା ଆଉ ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ କେନ୍ଦ୍ର କରି ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେଡି ରତ୍ନଭଣ୍ଡାର ଚାବି ହଜାଇ ଦେଇଥିବା କହି ଠାକୁରଙ୍କ ରତ୍ନଭଣ୍ଡାରରେ ଡକାୟତି କରୁଥିବା ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । । ଉତରପ୍ରଦେଶ ପରି ଏଠାରେ ବୁଲଡୋଜର ଚାଲିବ ବୋଲି କହିଛନ୍ତି ଯୋଗୀ । ସେହିପରି ଲ୍ୟାଣ୍ଡ ଓ ସ୍ୟାଣ୍ଡ ମାଫିଆ ସବୁ ସଫା ହେବେ ବୋଲି କହିଛନ୍ତି । ସେହିପରି ଏହା ମୋଦୀଙ୍କ ଭାରତ ଯିଏ ବଦମାସୀ କରିବ ସାବାଡ଼ କରାଯିବ ବୋଲି କହିବା ସହ ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳିଛି ତାହା ୟୁପି ଦେଖିଥିବା କହିଛନ୍ତି ଯୋଗୀ ।
You can share this post!
author