ରଥଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ

ରଥଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ସାଢେ ଚାରିକୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ ରଥଯାତ୍ରା । ଆରମ୍ଭ ହୋଇଗଲାଣି ରଥଯାତ୍ରା ପାଇଁ ପ୍ରସ୍ତୁତି । ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସି ଏହାର ଅଧ୍ୟକ୍ଷତା କରିବେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ । ରଥଯାତ୍ରା ପ୍ରସ୍ତୁତି ସହ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ, କପଡ଼ା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ନେଇ ସମୀକ୍ଷା କରାଯିବ ।  ପ୍ରଥମ ସମନ୍ୱୟ ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବେଳେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ଓ ତୃତୀୟ ତଥା ଚୂଡାନ୍ତ ସମନ୍ୱ୍ରୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ । ଆଜି ଦିନ 11ଟା ରେ ପୁରୀ ପୌରସଦନରେ ବୈଠକ ଅନୁଷ୍ଠିତ ହେବ ।

author

Related Articles

Leave a Reply

Your email address will not be published. Required fields are marked *