ରବିବାରରେ ମଧ୍ୟ ଚାଲିଛି ଟଙ୍କା ଗଣା

ରବିବାରରେ ମଧ୍ୟ ଚାଲିଛି ଟଙ୍କା ଗଣା

ଟଙ୍କା ଗଣି ଗଣି ହାଲିଆ ବ୍ୟାଙ୍କ କର୍ମଚାରୀ ହେଲେ ଟଙ୍କା ସରିବାର ନାଁ ଧରୁନି । ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଆଜି ରବିବାରରେ ମଧ୍ୟ ଚାଲିଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ । ଟଙ୍କା ଗଣତି ଶେଷ ହେବା ପରେ ମୋଟ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ । ଗତକାଲି ଶନିବାର ଛୁଟି ଦିନରେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନ ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *