ରହସ୍ୟରେ ଭରା ହିମାଳୟ ପର୍ବତ

ରହସ୍ୟରେ ଭରା ହିମାଳୟ ପର୍ବତ

ସୌନ୍ଦର୍ଯ୍ୟରେ ଭରା ଆମ ଭାରତ । ବିଭିନ୍ନ ସ୍ଥାନ ଯେପରିକି ମନ୍ଦିର,ପାହାଡ,ପର୍ବତ,ବଡ ବଡ ଅଟ୍ଟାଳିକା ପରି ଅନେକ ସୁନ୍ଦର ସ୍ଥାନ ରହିଛି । ଆଉ ସୁନ୍ଦର ସ୍ଥାନର କଥା କହିଲେ ମନେ ପଡେ ହିମାଳୟ ପର୍ବତ କଥା । ହିମାଳୟ ଦୁନିଆର ସବୁଠାରୁ ବଡ ପର୍ବତ କହିଲେ ଚଳେ । ଏହା ଯେତିକି ସୌନ୍ଦର୍ଯ୍ୟପୂର୍ଣ୍ଣ ସେତିକି ରହସ୍ୟମୟ ମଧ୍ୟ । ତେବେ ଚାଲନ୍ତୁ ଜାଣିବା ହିମାଳୟ ପର୍ବତ ସହିତ ଜଡିତ ଥିବା ବିଚିତ୍ର କଥା ।


ସାଧାରଣତଃ ହିମାଳୟ ପର୍ବତକୁ ପର୍ବତାରୋହୀଙ୍କ ଯିବା ଆସିବା ଲାଗି ରହିଥାଏ । ବର୍ଷସାରା ଏଠାରେ ବରଫ ପଡିଥାଏ ଏବଂ ଏଠାକାର ତାପମାତ୍ରା ପ୍ରାୟ -20 ଡିଗ୍ରୀ ସେଲସିୟସ ରହିଥାଏ । ହିମାଳୟରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ କାହାର ପହଞ୍ଚିବା ସମ୍ଭବପର ନୁହେଁ । ଆହୁରି ମଧ୍ୟ କୁହାଯାଏ ହିମାଳୟ ପର୍ବତ ଉପରେ ଦେବତା ମାନଙ୍କ ନଗରୀ ରହିଛି । ସେହିପରି ଉତ୍ତରାଖଣ୍ଡକୁ ବ୍ୟାପିଥିବା ହିମାଳୟ ପର୍ବତର ଏକ ଅଂଶ ଯାହାର ନାମ ହେଉଛି ଦେବାତ୍ମା ହିମାଳୟ । ଏହା ଏକ ଦୁର୍ଗମ ଅଞ୍ଚଳ ଅଟେ । ଯେଉଁଠାରେ କି ଉତ୍ତମକାମ କରୁଥିବା ବ୍ୟକ୍ତିଙ୍କ ଆତ୍ମା ବାସ କରିଥାଏ । ଏହି ଆତ୍ମାମାନେ ହିମାଳୟକୁ ରକ୍ଷା କରିବା ସହ ପୃଥୀବି ଉପରକୁ ଆସୁଥିବା ସଙ୍କଟକୁ ମଧ୍ୟ ସାମ୍ମନା କରିଥାନ୍ତି । କୁହାଯାଏ କି ଏହି ମାନଙ୍କୁ ପର୍ବତରେ ବୁଲିବା ସମୟରେ ଦେଖାଦେଇଥାନ୍ତି । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା ହିମାଳୟ ଆଖପାଖରେ ରହୁଥିବା ବ୍ୟକ୍ତିଙ୍କ ଶରୀର ବେଶ୍ ସୁସ୍ଥ ରହିଥାଏ ଏହାର କାରଣ ହେଉଛି ହିମାଳୟର ଅଦ୍ଭୁତ ଜଳବାୟୁ । ସେମାନଙ୍କ ଠାରେ ଚର୍ମ ରୋଗ,ନେତ୍ର ରୋଗ ପରି ବିଭିନ୍ନ ରୋଗ ମଧ୍ୟ ଦେଖାଯାଇନଥାଏ । ଆପଣମାନେ ଜାଣିଛନ୍ତି କି ସାଧୁସନ୍ଥମାନେ ହିମାଳୟକୁ ଯାଇକି କାହିଁକି ତପସ୍ୟା କରନ୍ତି କାରଣ ସେଠାକାର ଜଲବାୟୁ ତାଙ୍କୁ କଠୋର ତପସ୍ୟା କରିବା ପାଇଁ ଶକ୍ତି ଯୋଗାଇଥାଏ । କୁହାଯାଏ ଯେ ହିମାଳୟ ପର୍ବତରେ ଜ୍ଞାନଗଞ୍ଜ ମଠ ବା ସିଦ୍ଧ ଆଶ୍ରମ ରହିଛି । ଏହା ହିମାଳୟ ପାହାଡ ଓ ବରଫ ମଝିରେ ଏକ ଅଦ୍ଭୁତ ଆଶ୍ରମ ଯାହା କେବଳ ସାଧୁ ସନ୍ଥ ମାନଙ୍କୁ ଦେଖାଯାଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *