ରାଉରକେଲାରେ ଅସହ୍ୟ କଲାଣି ଝାଡାବାନ୍ତି

ରାଉରକେଲାରେ ଅସହ୍ୟ କଲାଣି ଝାଡାବାନ୍ତି

ରାଉରକେଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଉରକେଲାର 4ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚାଲିଛି ରୋଗୀଙ୍କ ଚିକିତ୍ସା । ଏଯାବତ ଝାଡାବାନ୍ତିରେ ନଅଜଣଙ୍କ ଜୀବନ ଗଲାଣି । ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ସୁଧାରାଣୀ ପ୍ରଧାନ ।ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟାଯାଉଛି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *