ରାଜଧାନୀରେ କୁହୁଡିର ଆସ୍ତରଣ

ରାଜଧାନୀରେ କୁହୁଡିର ଆସ୍ତରଣ

ସକାଳୁ ସକାଳୁ ରାଜଧାନୀରେ କୁହୁଡିର ଆସ୍ତରଣ । ଶୀତ ସାଙ୍ଗକୁ ପଡିଛି ଘନ କୁହୁଡି । ଯେଉଁଥିପାଇଁ ସକାଳୁ ସକାଳୁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ରାସ୍ତାଘାଟ ଠିକ ସେ ଦେଖାଯାଉନାହିଁ । ଆଜି 22ଟି ଜିଲ୍ଲାରେ କୁହୁଡି ନେଇ ୟେଲୋ ୱାର୍ଣ୍ଣଂ ଜାରି କରିଥିଲା ପାଣିପାଗ ବିଭାଗ । ପୁରୀ,ଖୋର୍ଦ୍ଧା,କଟକ,ଝାରସୁଗୁଡା,କେନ୍ଦୁଝର,ଅନୁଗୁଳ,ଯାଜପୁର,ଭଦ୍ରକ,ନୟାଗଡ ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଥିଲା । ସେହିପରି କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି,  ଗଜପତି, ଗଞ୍ଜାମ, ରାୟଗଡ଼ା, , ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଥିଲା । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *