ରାଜଧାନୀରେ ଯୁବରାଜ

ରାଜଧାନୀରେ ଯୁବରାଜ

ରାଜଧାନୀରେ ଯୁବରାଜ । ଦର୍ଶକବନ୍ଧୁ ଇଏ କୌଣସି ବ୍ୟକ୍ତିର ନାଁ ନୁହେଁ ବରଂ ଇଏ ହେଉଛି ଗୋଟିଏ ମଇଁଷିର ନାଁ । ଜନତା ମଇଦାନରେ ଆୟୋଜିତ ହୋଇଥିବା ମତ୍ସ୍ୟ ପ୍ରାଣୀ ସମାବେଶ ପାଇଁ ହରିୟାଣାରୁ ଆସିଛି ଏହି ସ୍ୱତନ୍ତ୍ର ମଇଁଷି । ଯାହାର ନାଁ ରହିଛି ଯୁବରାଜ । ରଙ୍ଗ, ରୂପ ଏବଂ ଓଜନରେ ଏହା ସାଧାରଣ ମଇଁଷିଙ୍କ ଠାରୁ ଟିକେ ସ୍ୱତନ୍ତ୍ର । ଯୁବରାଜର ବୟସ ୧୦ରୁ ୧୧ ବର୍ଷ ହୋଇଥିବା ବେଳେ ଏହାର ଓଜନ ରହିଛି ୧୫ ରୁ ୧୬ କୁଇଣ୍ଟାଲ । ଏପରିକି ଯୁବରାଜ ପାଇଁ ଦିନକୁ ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ଯୁବରାଜର ମାଲିକ କହିଛନ୍ତି । ଯୁବରାଜ ପାଇଁ ସ୍ୱତନ୍ତ୍ର ଡାଇଟ ରହିଥିବା ସହ ଶରୀରକୁ ଫିଟ୍ ରଖିବା ପାଇଁ ଯୋଦ୍ଧାଙ୍କ ଭଳି ତାକୁ ପ୍ରତିଦିନ ସ୍ୱତନ୍ତ୍ର ତେଲରେ ମାଲିସ ମଧ୍ୟ କରାଯାଉଛି । ଖାଦ୍ୟରେ କୁଣ୍ଡା, ଡ୍ରାଏଫ୍ରୁଟସ, ସହ ଦିନକୁ ୧୨ରୁ ୧୩ ଲିଟର କ୍ଷୀର ମଧ୍ୟ ପିଉଛି ଯୁବରାଜ । ଏହା ସହ ବର୍ଷକୁ ୩୦ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର ମଧ୍ୟ ଦେଉଛି ଏହି ମଇଁଷି । ଏହି ମଇଁଷିକୁ ଦେଖିବାକୁ ରାଜଧାନୀବାସୀ ମାନେ ମଧ୍ୟ ଜନତା ମଇଦାନକୁ ଛୁଟି ଆସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *