ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆବର୍ଷ ପୂର୍ବରୁ ଲୁଟେରା ଗ୍ୟାଙ୍ଗଙ୍କ ଆତଙ୍କ । ଘରେ କେହି ନଥିବା ଅବସ୍ଥାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନସ୍ଥ ଚକେଇସିଆଣିରେ ଏଭଳି ବଡଧରଣର ଲୁଟ ହୋଇଛି । ଝିଅ ବାହାଘର ପାଇଁ ଟଙ୍କା,ସୁନା ଓ ଗହଣା ସାଇତିଥିଲେ । ହେଲେ ସର୍ବସ୍ୱ ଲୁଟିନେଲେ ଲୁଟେରା ଗ୍ୟାଙ୍ଗ । ପରିବାର ଲୋକ ବୁଲିବାକୁ ଯାଇଥିଲେ ଆଉ ବିଳମ୍ବିତ ରାତିରେ ସାରା ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ ।ଅନ୍ୟପଟେ ଘର ମାଲିକ ତାଙ୍କ ଘରେ ଥିବା ଭଡାଟିଆଙ୍କୁ ଚାବି ଦେଇଯାଇଥିବାରୁ ତାଙ୍କୁ ସନ୍ଦେହ କରାଯାଉଥିଲା କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭଡାଘରେ ରହୁଥିବା ମହିଳା ।

author

Related Articles

Leave a Reply

Your email address will not be published. Required fields are marked *