ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଦୁର୍ଘଟଣା

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଦୁର୍ଘଟଣା

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଦୁର୍ଘଟଣା । ଦିଲ୍ଲୀରେ ଏକ ଦୁଇ ମହଲା ପୁରୁଣା କୋଠା ଭୁଶୁଡିଯାଇଛି । କବିର ନଗରରେ ଏକ ଦୁଇ ମହଲା ବିଶିଷ୍ଟ ନିର୍ମାଣାଧିନ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ରାତି ପ୍ରାୟ ୨ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ । ଘଟଣାର ଯାଞ୍ଚ ଚାଲିଥିବା ବେଳେ ଘର ମାଲିକଙ୍କ ନାମ ସାଜିଦ ହୋଇଥିବା ଜଣାପଡ଼ିଛି । ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *