ରାଜଧାନୀ ଭୁବନେଶ୍ଵର ଏବେ ନିଶାମୁକ୍ତ……

ଭୁବନେଶ୍ୱର ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି‌ ବଢିଚାଲିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ସିଆଇଡି ତଥା ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ରାଜ୍ୟ ପୁଲିସ ବିଭାଗ, ଅବକାରୀ ବିଭାଗ, ବିଏମସି ଏବଂ ଏନସିବି ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିଶା ନିବାରଣ ସହିତ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବାରେ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି । 

author

Related Articles

Leave a Reply

Your email address will not be published. Required fields are marked *