ରାଜନୀତିରୁ ଅବସର ନେବେ କି ସୌମ୍ୟ ପଟ୍ଟନାୟକ ?

ରାଜନୀତିରୁ ଅବସର ନେବେ କି ସୌମ୍ୟ ପଟ୍ଟନାୟକ ?

ହଁ ଦର୍ଶକବନ୍ଧୁ ଆମେ କହୁଛୁ ଗତ କିଛିଦିନ ତଳେ ସମ୍ୱାଦର ସଂପାଦକ ପଦରୁ ଅବସର ନେଇଥିଲେ ସୌମ୍ୟ ପଟ୍ଟନାୟକ । ତେବେ କାହା ପ୍ରେସରରେ ସମ୍ବାଦରୁ ବାହାରିଲେ ସୌମ୍ୟବାବୁ ? କିଏ ତାଙ୍କୁ ଚୁପ ହେବା ପାଇଁ ବାଧ୍ୟ କରିଛି । ସରକାରଙ୍କ ଗୁମର ଖୋଲୁଥିବା ସୌମ୍ୟବାବୁ ଆଜି ଚୁପ ବସିଛନ୍ତି ।

ବିଜେଡିର ସର୍ବେସର୍ବା କୁହାଯାଉଥିବା ଭିକେ ପାଣ୍ଡିଆନଙ୍କୁ ନେଇ ସୌମ୍ୟ ତାଙ୍କ ସମ୍ବାଦରେ ଯେଉଁ  ଆଲ୍ଲେଖ୍ୟ ଲେଖିଥିଲେ ତାକୁ ନେଇ ବହୁ ଆଲୋଚନା ସମାଲୋଚନା ହୋଇଥିଲା । ତେବେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ସୌମ୍ୟବାବୁ ନିଜକୁ ସ୍ୱାଭିମାନୀ ଦେଖାଇ ହେବାକୁ ଯାଇ ଫସିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ କରି ପାଣ୍ଡିଆନଙ୍କ ଜନଶୁଣାଣୀ ଉପରେ କେବଳ ଟିପଣୀ ନୁହେଁ ସଂପୂର୍ଣ୍ଣ ବିବରଣୀ ରଖିଦେଇଥିଲେ ଗଣମାଧ୍ୟମ ସାମନାରେ । ସୌମ୍ୟଙ୍କର ଏପରି କାମକୁ ଦେଖି ବିରୋଧି ବିଜେପି ସଚିବଙ୍କ ଜନଶୁଣାଣୀ ଉପରେ ପ୍ରଶ୍ନ ଉଠାଇଲେ  ଯାହାକୁ ନେଇ ରାଜ୍ୟସାରା ଚର୍ଚ୍ଚା ସୌମ୍ୟବାବୁ ସ୍ୱାଭିମାନୀ ଏବଂ ସାହାସୀ । ହେଲେ ରାଜ୍ୟ ସରକାରଙ୍କ ଗୁମର ଖୋଲୁ ଖୋଲୁ ସମ୍ବାଦ ଉପରେ EWOର ଚଢାଉ କରି ସୌମ୍ୟଙ୍କ ଦୁର୍ନୀତିର ପେଡି ଖୋଲିଦେଲେ ସରକାର । ଯାହାର ଫଳସ୍ୱରୂପ ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କୃତ କରାଗଲା । ତା ପରେ ମଧ୍ୟ ଏବେ କାହିଁକି ଚୁପ୍ ବସିଛନ୍ତି ସ୍ୱାଭିମାନୀ ସୌମ୍ୟବାବୁ ।

ତେବେ ବର୍ତ୍ତମାନ ସୌମ୍ୟ ନିଜେ ସମ୍ବାଦର ସଂପାଦକ ପଦରୁ ଓହରି ନିଜ ଝିଅ ତନୟାଙ୍କୁ ସେ ଆସନରେ ବସାଇଛନ୍ତି । କିଛି ଦିନ ହେବ ସମ୍ବାଦରେ ସରକାରୀ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳୁଛି  ତେବେ ଏହାକୁ ଆମେ ସୌମ୍ୟଙ୍କର କିଭଳି ସଙ୍କେତ ଭାବିବା । ସମ୍ବାଦର ସଂପାଦକ ପଦରୁ ଓହରିବା ପାଇଁ ଏମିତି ହଠାତ୍ ନିଷ୍ପତ୍ତି କଣ ପାଇଁ ନେଲେ ? ସଂପାଦକ ପଦରୁ ଓହରିବା ପାଇଁ ଉପରୁ କିଏ ପ୍ରେସର ପକାଇଛି କି ? ଏବେ କଣ ପୁଣି ବିଜେଡି ମୁହାଁ ହେବେ କି ସୌମ୍ୟ ? ଆଗକୁ କି ଖେଳ ଖେଳିବାକୁ ଯାଉଛନ୍ତି ସୌମ୍ୟବାବୁ ?

author

Related Articles

Leave a Reply

Your email address will not be published. Required fields are marked *