ରାଜନୀତିରୁ ଅବସର ନେଲେ ବିଜେଡି ନେତା ଅଚ୍ୟୁତ ସାମନ୍ତ….

ରାଜନୀତିରୁ ଅବସର ନେଲେ ବିଜେଡି ନେତା ଅଚ୍ୟୁତ ସାମନ୍ତ….

24 ବର୍ଷର ସରକାରରେ ପୂର୍ଣ୍ଣଚ୍ଚେହ ପଡିବା ପରେ ଧିରେ ଧିରେ ଭୁଶୁଡିବାରେ ଲାଗିଛି ବିଜୁ ଜନତା ଦଳ । ହଁ ଦର୍ଶକବନ୍ଧୁ ଗତକାଲି ବିଜେଡି ଚାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଆଉ ଆଜି ପ୍ରତ୍ୟକ୍ଷ ଭାବେ ରାଜନୀତିରୁ ଅବସର ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏ ନେଇ ସୋସିଆଲ ମିଡିଆରେ ଘୋଷଣା ନିଜେ କରିଛନ୍ତି । ଗତକାଲି ସୁପ୍ରିମୋଙ୍କୁ ଭେଟିବା ପରେ ଆଜି ରାଜନୀତିରୁ ଅବସର ନେଇଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଲେ । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି । ୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ପରାସ୍ତ ବରଣ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *