ରାଜନୀତି କରିବେ ଅଭିନେତ୍ରୀ ରଚନା ବାନାର୍ଜୀ

ରାଜନୀତି କରିବେ ଅଭିନେତ୍ରୀ ରଚନା ବାନାର୍ଜୀ

୨୦୨୪ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଟିଏମସି ଟିକେଟରୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଦିଦିଙ୍କ ତୃଣମୂଳ କଂଗ୍ରେସ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ରବିବାର ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । କୋଲକାତାର ଜନଗର୍ଜନ ସଭାରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ରଚନାଙ୍କ ନାଁ ସାମିଲ ଅଛି । ଏହା ସହ କ୍ରିକେଟର ୟୁସଫ ପଠାନ, ମହୁଆ ମୋଇତ୍ରୋ, ଶତ୍ରୁଘ୍ନ ସିହ୍ନା , ସୟାନି ଘୋଷ ମଧ୍ୟ ରହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *