ରାଜଭବନରେ ଝାଡଖଣ୍ଡ ରାଜନୀତି ବଡ ପ୍ଲାନ କରୁଛନ୍ତି ରଘୁବର !

ରାଜଭବନରେ ଝାଡଖଣ୍ଡ ରାଜନୀତି ବଡ ପ୍ଲାନ କରୁଛନ୍ତି ରଘୁବର !

ଝାଡଖଣ୍ଡ ରାଜନୀତିରେ ସକ୍ରିୟ ଅଛନ୍ତି କି ରାଜ୍ୟପାଳ ରଘୁବର ଦାସ ? ପ୍ରତ୍ୟକ୍ଷ ରାଜନୀତିରେ ରହିଛି କି ରଘୁବରଙ୍କ ସମ୍ପୃକ୍ତି ? ହଁ ଦର୍ଶକବନ୍ଧୁ ଏ ସମସ୍ତ ପ୍ରଶ୍ନ ଉପରୁ ଏବେ ପରଦା ହଟିଛି । ଚାଲ କରି ଟିକେଟ ହାତେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ନିଜେ ନୁହଁ ବରଂ ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ଜାମସେଦପୁରରୁ ଟିକେଟ ଦିଆଯାଇଛି । ଓଡିଶାର ରାଜ୍ୟପାଳ ରଘୁବର ଦାସ ଓ ତାଙ୍କ ପୁଅ ଲଳିତ ଦାସଙ୍କୁ ନେଇ ଓଡିଶାରେ ସୃଷ୍ଟି ହୋଇଥିଲା ବିବାଦ । ଜଣେ ଅଣଓଡିଆ ହୋଇ ଓଡିଆଙ୍କୁ ମାଡ ମାରିବା ଘଟଣାରେ ଏବେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ନେଇ ତେଜିତିଲା ରାଜନୀତି । ଏହାପରେ ଝାଡଖଣ୍ଡ ନିର୍ବାଚନ ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ନିଜର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଝାଡଖଣ୍ଡ ରାଜନୀତିରେ ରଘୁବରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ନାନା ଚର୍ଚ୍ଚା ହେଉଥିଲା । ଏବଂ ସେ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇ ଝାଡଖଣ୍ଡରୁ ନିର୍ବାଚନ ଲଢିବେ ବୋଲି କୁହାଯାଉଥିଲା । କିନ୍ତୁ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରଘୁବର ଦାସ । ନିଜ ପୁଅ ନୁହଁନ୍ତି ବରଂ ନିଜ ବୋହୂକୁ ନେଇ ଗେମ ଖେଳିଛନ୍ତି ରଘୁବର । ଚର୍ଚ୍ଚା କାହିଁକି ନିଜ ପୁଅକୁ ଟିକେଟ ନ ଦେଇ ବୋହୂକୁ ମଇଦାନକୁ ଓହ୍ଲାଇଛନ୍ତି ରଘୁବର । କୁହାଯାଉଛି କି ରାଜ୍ୟପାଳଙ୍କ ପୁଅ ଏସଏଓଙ୍କୁ ମାଡ ମାରିବା ଘଟଣାର ଏବେ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ । ତେଣୁ ରଘୁବର ନିଜ ପୁଅକୁ ଟିକେଟ ନ ଦେଇ ବୋହୂକୁ ଟିକେଟ ଦେଇଛନ୍ତି ଅନ୍ୟପଟେ ପୂର୍ଣ୍ଣିମା ମଧ୍ୟ ଝାଡଖଣ୍ଡର ବୋହୂ ହୋଇଥିବା ବେଳେ ଛତିଶଗଡର ଝିଅ ଅଟନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ରଘୁବର ଗତଥର ଏହି ଆସନରୁ ନିର୍ବାଚନ ଲଢିଥିଲେ ଏବଂ ହାରିଥିଲେ ମଧ୍ୟ । ତେଣୁ ଏଥର ନିଜେ ଜିତିବା ପାଇଁ ଏପରି କିଛି ପ୍ଲାନ କରିଛନ୍ତି ରଘୁବର ।

author

Related Articles

Leave a Reply

Your email address will not be published. Required fields are marked *