ଆକ୍ସନ ମୋଡର ମନ୍ମଥ ରାଉତରାୟ । ହଁ ଦର୍ଶକବନ୍ଧୁ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ବ୍ୟବହାରକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ମହିଳା ନେତ୍ରୀଙ୍କ ଠାରୁ ଆରମ୍ଭ କରି ଯେ ଯୁବ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାର ଏହି ଘଟଣାରେ ଉଚିତ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡବିଧାନ କରିବା ନେଇ ଦାବି ହୋଇଛି । ତେବେ ନୂଆ କରି ରାଜନୀତି ମଇଦାନକୁ ଆସିଥିବା ବରିଷ୍ଠ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ରାଜଧାନୀରେ ମହିଳାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଶହେ ଦିନର ବିଜେପି ସରକାରର ଶହେ ଖୁଣ ବାହାର କରିବା ସହିତ ଭୁବନେଶ୍ୱରର ଏଭଳି କାଣ୍ଡକୁ କାହିଁକି ଆଜି ପର୍ଯ୍ୟନ୍ତ ଚପାଇ ରଖାଯାଇଥିଲା ସେ ନେଇ ବିକ୍ଷୋଭ କରିଛନ୍ତି । ଡବଲ ଇଞ୍ଜିନ ସରକାର ନୁହେଁ ଇଏ ହେଉଛି ଦୋ ମୁହାଁ ସରକାର ଏଭଲି କିଛି ଉକ୍ତି ରଖିଛି ବିରୋଧି ବିଜେଡି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା 15 ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ଏଭଳି ଘଟଣା ବିଷୟରେ ଜାଣିମଧ୍ୟ ବିଜେପି ସରକାର ମୋଦିଙ୍କ ଓଡିଶା ଗସ୍ତକୁ ଆଖି ଆଗରେ ରଖି ଏହି ଘଟଣାକୁ ଦବାଇ ଦେଇଥିଲେ ବୋଲି ଅଭିଯୋଗ ଆଣୁଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କେବଳ ମୋହନ ସରକାର ନୁହଁନ୍ତି ବରଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମନ୍ମଥ । ରାଜ୍ୟରେ ଏଭଳି ସରକାର ପାଇଁ ଆଜି ମହିଳା ଅସୁରକ୍ଷିତ ଅଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ସିଧା ସିଧା କହିଛନ୍ତି ମନ୍ମଥ । ଅନ୍ୟପଟେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବ୍ୟତୀତ ଅନ୍ୟକୌଣସି ବିଜେପି ମନ୍ତ୍ରୀ କି ବିଧାୟକ ଓ ସାଂସଦ ମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ରାଜଧାନୀରେ ମହିଳାଙ୍କୁ ଦୁର୍ବବ୍ୟହାର ଘଟଣାରେ ସରକାରଙ୍କ ଏପରି ନିରବତା ଦେଖି ଉଗ୍ର ହେବାରେ ଲାଗିଛି ବିରୋଧି ବିଜେଡି । ତେବେ ଦେଖିବାକୁ ଅପେକ୍ଷା ମନ୍ମଥଙ୍କ ୱାର୍ଣ୍ଣିଂ ପରେ କଣ ଆକ୍ସନ ନେଉଛନ୍ତି ମୋହନ ସରକାର ।
You can share this post!
author