ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବିବାଦ

5ଟି ରାଜ୍ୟରେ ନିର୍ବାଚନ ସରିବା ପରେ 3ଟି ରାଜ୍ୟରେ ବିଜେପି ଆଗରେ ରହିଥିଲା । ତେବେ କିଛି ଦିନ ତଳେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଭଜନଲାଲ ଶର୍ମା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା । ଭାରତର ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ବୋଲି ପଦବୀ ନାହିଁ । ତେଣୁ ରାଜସ୍ଥାନରେ ଯେଉଁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତାହା ଅସାମ୍ବିଧାନିକ । ଏଭଳି ଏକ ଅଭିଯୋଗ ଆଣି ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଭଳି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଓମ୍ ପ୍ରକାଶ ସୋଲାଙ୍କି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପଦକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି । ପିଆଇଏଲ ଆବେଦନ ବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ସଚିବ, ମୁଖ୍ୟ ସଚିବ ଏବଂ ଉପମୁଖ୍ୟ ମନ୍ତ୍ରୀ ଦିୟୀ କୁମାରୀ ଓ ପ୍ରେମ ଚାନ୍ଦଙ୍କୁ ପକ୍ଷଭୁକ୍ତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *