ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗ ଦେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ନିଜର ଦାବି ବସୁନ୍ଧରା ରାଜେ ରଖିଥିବା ସୂଚନା ମିଳୁଛି । ବର୍ଷେ ମୁଖ୍ୟମନ୍ତ୍ରୀ ରହିବା ପରେ ଏହି ପଦ ଛାଡିଦେବେ ବୋଲି ବସୁନ୍ଧରା କହିଥିବା ସୂଚନା ମିଳୁଛି । କିନ୍ତୁ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପଦବୀରେ ବସିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିନଥିବା ବିଭିନ୍ନ ସୂତ୍ରରୁ ଖବର ସାମ୍ନାକୁ ଆସିଛି । ଗତକାଲି ରାତିରେ ବସୁନ୍ଧରା ରାଜେ ସିନ୍ଧିଆ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିବେଦନ କରିଥିଲେ । ଏହାସହ ବିଧାୟକଙ୍କୁ ଅଲଗା ନ ଭେଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ନଡ୍ଡାଙ୍କ ପକ୍ଷରୁ ତାଙ୍କୁ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଅଗ୍ରାହ୍ୟ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତାକାଲି ରାଜସ୍ଥାନର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଦଳୀୟ ପର୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହେବ । ଏହି ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024