ରାଜା ବନାମ ରାଣୀ ଭିତରେ ହେବ ଜୋରଦାର ଲଢେଇ

ରାଜା ବନାମ ରାଣୀ ଭିତରେ ହେବ ଜୋରଦାର ଲଢେଇ

24 ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ଅଙ୍କକଶା ଆରମ୍ଭ ହୋଇଗଲାଣି । କେନ୍ଦ୍ରାପଡାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଆଳି ନିର୍ବାଚନ ମଣ୍ଡଳୀ । ଆଗାମୀ ନିର୍ବାଚନରେ ଆଳିରେ କଣ ହେବ ରାଜନୈତିକ ସମୀକରଣ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ଆଳିରେ ଏଥର ଦୁଇ ରାଜପରିବାର ଭିତରେ ହେବ ଲଢେଇ । ଏହି ବିଧାନସଭା ଆସନରେ ବିଜେଡିର ପୁରୁଖା ନେତା ତଥା ଆଳି ରାଜା ପ୍ରତାପ କେଶରୀ ଦେବ । ତେବେ କନିକା ରାଜପରିବାରର ବୋହୁ ଦୁର୍ଗା ଦେବୀ ବିଜେପିରେ ମିଶିଛନ୍ତି । କୁହାଯାଉଛି କି ତାଙ୍କୁ ବିଜେପି ଟିକେଟ ଦେଇପାରେ । ଯଦି ସେପରି ହୁଏ ତେବେ ଆଳି ରାଜା ଏବଂ କନିକା ରାଜ ପରିବାରର ବୋହୁଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ରାଜା ବନାମ ରାଣୀ ଭିତରେ ହେବ ଜୋରଦାର ଲଢେଇ । ତେବେ ଦେଖିବାକୁ ବାକି ରହିଲା ଏଥର କେନ୍ଦ୍ରାପଡାରେ ଦୁଇ ରାଜ ପରିବାର ଲଢେଇରେ କାହାର ହେବ ବିଜୟ ?

author

Related Articles

Leave a Reply

Your email address will not be published. Required fields are marked *