ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଦାସଙ୍କୁ ନେଇ ହୁଲସ୍ତୁଲ ହେଉଛି ଓଡିଶା ରାଜନୀତି । ବଢୁଛି ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ଗୁଣ୍ଡାଗିରି । ଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ତେଜୁଛି ରାଜନୀତି । ହଁ ଦର୍ଶକବନ୍ଧୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ରାଜଭବନ କର୍ମଚାରୀ ଡିଉଟିରେ ଥିବା ଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ ମାରିବା ସହିତ ଗାଳିଗୁଲଜ କରିଥିଲେ । ତେବେ ଏନେଇ ଏସଓ ଜଣଙ୍କ ରାଜ୍ୟପାଳ ଏବଂ ତାଙ୍କ ସଚିବଙ୍କୁ ଜଣାଇଥିଲେ ମଧ୍ୟ ଏହା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଏ ନେଇ ଉଭୟ ବିରୋଧି ବିଜେଡି ଓ କଂଗ୍ରେସ ବିଜେପି ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି । ତେବେ ଖୋଦ ମୁଖ୍ୟମନ୍ତ୍ରୀ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ରହିଥିବା ବେଳେ ତାଙ୍କରି ବିଭାଗର ଜଣେ କର୍ମଚାରୀଙ୍କୁ ଏପରି ଦୁର୍ବ୍ୟବହାର କରାଯିବ ଏବଂ ଏହାର ଉଚିତ ସମାଧାନ ନ କରାଯିବା ନେଇ କଂଗ୍ରେସର ଛାତ୍ର ନେତା ଧାରଣା ଦେଇଛନ୍ତି । ପୋଲିସ ଏ ବାବଦରେ ଆକ୍ସନ ନେଉନାହିଁ କି ମୁଖ୍ୟମନ୍ତ୍ରୀ ମଧ୍ୟ ଚୁପ ବସିଛନ୍ତି ଯେଉଁଥିପାଇଁ ଉଭୟ ଦଳର ନେତା ମୋହନ ସରକାରଙ୍କୁ ଘେରିବା ସହିତ ରାଜ୍ୟପାଳଙ୍କ ପୁଅର ଗିରଫ ଦାବି କରିଛନ୍ତି । ଗୋଟିଏ ପଟେ ରଘୁବର ଦାସଙ୍କ ବାସଭବନ ଛାତ୍ରକଂଗ୍ରେସ ଘେରଉ କରିଥିବା ବେଳେ ଆଉ ଗୋଟିଏ ପଟେ ବିଜେଡିର ବରିଷ୍ଠ ନେତା ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ମୋହନ ସରକାରଙ୍କୁ ଏ ନେଇ ପ୍ରଶ୍ନ କରିଛନ୍ତି । ତେବେ ଏ ନେଇ କେବେ ମୁହଁ ଖୋଲିବେ ମୋହନ ସରକାର ଏବଂ ଏସଓଙ୍କୁ ମାଡ ମାରିଥିବା ରାଜ୍ୟପାଳଙ୍କ ପୁଅକୁ କେବେ ଉଚିତ ଦଣ୍ଡ ମିଳିବ ତାହା ଦେଖିବାକୁ ଅପେକ୍ଷା ।
You can share this post!
author