ରାଜ୍ୟପାଳ ହେବେ କି ନବୀନ ପଟ୍ଟନାୟକ ?

ରାଜ୍ୟପାଳ ହେବେ କି ନବୀନ ପଟ୍ଟନାୟକ ?

ରାଜ୍ୟରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ପରେ ଦୋହଲି ଯାଇଛି ଓଡିଶା । ହଁ ଦର୍ଶକବନ୍ଧୁ 25 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଛି ଏବଂ ଓଡିଶାବାସୀ ଏକ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦେଖିବାକୁ ଯାଉଛନ୍ତି । ଏହାରି ଭିତରେ ନବୀନ ପଟ୍ଟନାୟକଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଭରିଯାଇଛି ଦୁଃଖ । କାହିଁକିନା ଯେଉଁମାନେ ଚାହୁଁଥିଲେ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାହା ହେବ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କୁ କିଛି ନୂଆ ଦାୟିତ୍ୱରେ ବସାଇବା ପାଇଁ ଯୋଜନା କରୁଚନ୍ତି ବିଜେଡି ନେତାମାନେ । ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି ଯେ କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ ଅନ୍ୟ.ପଟେ କିଏ ହେବ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ଭିକେ ପାଣ୍ଡିଆନ ନବୀନ ବାବୁଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ଘୋଷଣା ହୋଇସାରିଛି  । ତେବେ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ନବୀନ ବାବୁ ରାଜ୍ୟପାଳ ହୋଇପାରନ୍ତି ବଲି ଖବର ସାମ୍ନାକୁ ଆସୁଛି । ଏ କଥାରେ କେତେ ସତ୍ୟତା ଅଛି ତାହା ତ ସମୟ କହିବ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ଲୋକମାନେ ନିଜର ନେତା ରୂପେ ଦେଖିବାକୁ ଚାହୁଁଛନ୍ତି ।  ଅନ୍ୟପଟେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ପରେ ଧିୀରେ ଧୀରେ ବିଜେଡିର ଗଡ ଭୁଶୁଡିବାରେ ଲାଗିଛି । ବରିଷ୍ଛ ନେତାଙ୍କୁ ନବୀନ ନିବାସ ଡକାଯାଇ ଘନ ଘନ ବୈଠକ ବସୁଥିବା ବେଳେ ଏଭଳି କିଛି କଥାକୁ ଚର୍ଚ୍ଚା ବଢୁଛି । ତେବେ ଆଗକୁ  ରାଜ୍ୟରେ କଣ ହେବାକୁ ଯାଉଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କିଛି ପଦବୀ ମିଳିବ ନା ବୟସାଧିକ ହେତୁ ରାଜନୀତିରେ ବିରାମ ନେବେ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *